fbpx

ଗୋଟିଏ ଫ୍ୟାନ୍-୨ଟି ବଲ୍ବରେ ଆସିଲା ୧.୯ ଲକ୍ଷର ବିଜୁଳି ବିଲ୍; ଜୀବନ ହାରିଦେଲେ ଯୁବକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓରେ ଜଣେ ବ୍ୟକ୍ତି ନିଜ ଘରେ ୧ ଲକ୍ଷ ଟଙ୍କାର ବିଜୁଳି ବିଲ୍ ପାଇବା ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ବିଦ୍ୟୁତ୍ ବିଲ୍ ଯୋଗୁଁ ପୁଅ ଆତ୍ମହତ୍ୟା କରିଥିବା ପରିବାର ଲୋକେ ବିଦ୍ୟୁତ୍ ବିଭାଗ ଉପରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରୀ ଏକେ ଶର୍ମା ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଘଟଣାଟି ଅଚଲଗଞ୍ଜ ଥାନା ଅନ୍ତର୍ଗତ କୁଶଲପୁର ବସାଇନା ଗାଁର ବୋଲି ଜଣାପଡିଛି । ଯେଉଁଠି ଗାଁରେ ରହୁଥିବା ଶିବମ ରାଜପୁତ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଶିବମଙ୍କ ବାପା ମହାଦେବ ଅଭିଯୋଗ କରିଛନ୍ତି ଯେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଗତ ମାସରେ ତାଙ୍କ ଘରର ବିଦ୍ୟୁତ୍ ବିଲ୍ ଏକ ଲକ୍ଷରୁ ଅଧିକ ଟଙ୍କା ପଠାଯାଇଥିଲା ।

ମୁଁ ବାରମ୍ବାର ଅନେକ ପ୍ରକାର ବିଲ୍ କୁ ନେଇ ହଇରାଣ ହେଉଥିଲି । ଏହା ତାଙ୍କ ପୁଅକୁ ଅସନ୍ତୁଷ୍ଟ କରିଥିଲା । ଏଭଳି ବିଲ୍ ପାଇବା ପରେ ପୁଅ ମାନସିକ ସ୍ତରରେ ବିଚଳିତ ହୋଇପଡ଼ିଥିଲା । ସେ କ୍ଷେତରେ କାମ କରିବାକୁ ଯାଇଥିବା ବେଳେ ତାଙ୍କ ପୁଅ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବାପା ମହାଦେବ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.