fbpx

ଦେଶରେ ୪ ରୁ ଜଣେ ମହିଳା ଘରେ ନିଜେ କରୁଛନ୍ତି ଆବୋର୍ସନ, ଜାଣନ୍ତୁ ମୁଖ୍ୟ କାରଣ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ମହିଳା ସଶକ୍ତିକରଣ ନେଇ କୁହାଯାଉଥିବାବେଳେ, ବାସ୍ତବରେ କିଛି ଅଲଗା ଦେଖିବାକୁ ମିଳିଛି । କିଛି ଜାତୀୟ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ସର୍ଭେରୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ୨୦୧୯-୨୧ ରେ ସରକାରୀ ତଥ୍ୟରୁ ଜଣାପଡ଼ିଛି ଯେ ଆଜିବି ଦେଶରେ ୪ ରୁ ଜଣେ ଗର୍ଭପାତ ମହିଳା କିମ୍ବା ଯୁବତୀ ଘରେ ନିଜେ କରୁଛନ୍ତି । ଏତିକି ନୁହେଁ ଅନୁସନ୍ଧାନରେ ସାମିଲ ମହିଳାଙ୍କ କହିବା ଅନୂଯାୟୀ ଗର୍ଭପାତ କରିବାର ମୁଖ୍ୟ କାରଣ ହେଉଛି ଅବାଞ୍ଛିତ ଗର୍ଭାବସ୍ଥା ।

ସରକାରୀ ତଥ୍ୟ ଅନୁସାରେ ମହିଳା ନିଜେ ଘରେ ଗର୍ଭପାତ କରିବା ଶତକଡ଼ା ୨୦୨୫-୨୬ ତୁଳନାରେ ୧ ପ୍ରତିଶତ ବୃଦ୍ଧି ପାଇଛି । ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ-୫ ର ରିପୋର୍ଟ ଅନୂଯାୟୀ ପ୍ରାୟ ଏକ ଚତୁର୍ଥାଂଶ( ୨୭ ପ୍ରତିଶତ) ମହିଳା ଘରେ ନିଜେ ଗର୍ଭପାତ କରୁଛନ୍ତି । ଘରେ ଗର୍ଭପାତ କରୁଥିବା ମାମଲାରେ ସହରୀ କ୍ଷେତ୍ର(୨୨.୧%) ଅପେକ୍ଷା ଗ୍ରାମୀଣ କ୍ଷେତ୍ରରେ (୨୮.୭%)ଅଧିକ ଗର୍ଭପାତ କରାଯାଉଥିବା ଜଣାପଡ଼ିଥିଲା ।

ଗର୍ଭପାତ କରିବା ପାଇଁ ସବଠୁ ପ୍ରଥମ ପସନ୍ଦ ଡାକ୍ତର(୫୫%) ରହିଛି । ଏହାପରେ ମହିଳା ନିଜେ (୨୭%) ଗର୍ଭପାତ ଘରେ ହିଁ କରୁନେଉଛନ୍ତି । ୪୮ ପ୍ରତିଶତ ଏହା ପଛର କାରଣ ଅବାଞ୍ଛିତ ଗର୍ଭାବସ୍ଥା ବୋଲି କହିଛନ୍ତି । ଏନଏଚଏଫଏସ-୫ ଅନୂଯାୟୀ ଅଧିକାଂଶ ଗର୍ଭପାତ ପ୍ରାଇଭେଟ ହସ୍ପିଟାଲରେ କରାଯାଉଛି । ଯେତେବେଳେକି ସରକାରୀ ହସ୍ପିଟାଲରେ ୨୦% ରହିଛି । ୨୦୧୫-୧୬ ସମୟରେ ଏକ ଚତୁର୍ଥାଂଶ ଅଧିକ ଗର୍ଭପାତ ଘରେ ହିଁ ମହିଳାମାନେ ନିଜେ କରୁଛନ୍ତି ।

ଏଭଳି ରହିଛି ରାଜ୍ୟର ସ୍ଥିତି:

ଭାରତର ସବୁଠୁ ଅଧିକ ଲୋକସଂଖ୍ୟା ଥିବା ରାଜ୍ୟ ଉତ୍ତର ପ୍ରଦେଶରେ ନିଜେ ଗର୍ଭପାତ କରିଥିବା ମହିଳାଙ୍କ ସଂଖ୍ୟା ୩୪ % ରହିଛି । ଏହାପରେ ଡାକ୍ତର, ନର୍ସ, ଏଏନଏମ ଭଳି ସ୍ୱାସ୍ଥ୍ୟକର୍ମୀଙ୍କ ପାଖରେ ପ୍ରାୟ ୩୦ ପ୍ରତିଶତ ଲୋକ ଗର୍ଭପାତ କରାଇଛନ୍ତି । ଏଠାରେ ଗର୍ଭପାତର ଦୁଇଟି ବଡ଼ କାରଣ କୁହାଯାଇଛି ଯେ ପ୍ରଥମ ଅବାଞ୍ଝିତ ଗର୍ଭାପାତ ଏବଂ ଗର୍ଭାବସ୍ଥା ସମୟରେ ହେଉଥିବା ଅସୁବିଧା କୁହାଯାଇଛି ।

ରାଜସ୍ଥାନରେ ଅଧିକାଂଶ ଗର୍ଭପାତ ୩୮% ଘରେ ହିଁ କରାଯାଇଛି । ଦିଲ୍ଲୀରେ ଗର୍ଭପାତର ଦୁଇଟି ମୁଖ୍ୟ କାରଣ ସାମ୍ନାକୁ ଆସିଛି । ପ୍ରଥମଟି ହେଉଛି ଅବାଞ୍ଛିତ ଗର୍ଭାବସ୍ଥା ଏବଂ ଦ୍ୱିତୀୟଟି ଗର୍ଭାବସ୍ଥା ସମୟରେ ହେଉଥିବା ଅସୁବିଧା । ସେହିଭଳି ତାମିଲନାଡୁରେ ଗର୍ଭପାତ କରିବାର କାରଣ ସ୍ୱାସ୍ଥ୍ୟ ଠିକ୍ ନରହିବା ଏବଂ ଅବାଞ୍ଛିତ ଗର୍ଭଧାରଣ କାରଣ ରହିଛି ।

ତେବେ ଅସୁରକ୍ଷିତ ଗର୍ଭପାତ ମାତୃ ମୃତ୍ୟୁ ହାର ପଛରେ ଏକ ମୁଖ୍ୟ କାରଣ ରହିଛି । ଅବଶ୍ୟ ଏହାକୁ ରୋକାଯାଇପାରିବ । ୧୯୭୧ ରେ ଭାରତରେ ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍ନେସିୀକୁ ବୈଧ କରାଯାଇଛି । କିନ୍ତୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲୋକଙ୍କୁ ସଚେତନତା ଅଭାବ ଖାସ୍ କରି ଉପାନ୍ତ ଅଞ୍ଚଳ ଏବଂ ଗ୍ରାମୀଣ ଅଞ୍ଚଳରେ ଏବେବି ଏହା ଅପହଞ୍ଚ । ମାତୃ ମୃତ୍ୟୁ ପାଇଁ ଅସୁରକ୍ଷିତ ଗର୍ଭପାତ ୮% ପ୍ରତିଶତ ରହିଛି ଏମାନେ ସୁରକ୍ଷିତ ଗର୍ଭପାତକୁ ଆପଣାଉନାହାଁନ୍ତି । ଏଭଳି ମହିଳାଙ୍କ ଭବିଷ୍ୟରେ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଯେତେବେଳେକି ଦେଶରେ ସୁରକ୍ଷିତ ଗର୍ଭପାତକୁ ନେଇ ଅନେକ ନିୟମ ରହିଛି । ଏହା ବିଷୟରେ ସଚେତନତାର ଅଭାବ ରହିଛି ଫଳରେ ମହିଳା ନିଜ ଜୀବନକୁ ବିପଦରେ ପକାଉଛନ୍ତି ।

 

Get real time updates directly on you device, subscribe now.