fbpx

(Video) ଯାଜପୁରରେ ମାଡ଼ ହେଲା ୧ କେଜିର ଏକ ବିରାଟ କୁଆପଥର: ଦେଖିବାକୁ ଲୋକଙ୍କର ଲମ୍ବା ଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଭୀଷଣ ଗରମରେ ରାଜ୍ୟବାସୀ କଲବଲ ହେବା ପରେ ପଶ୍ଚିମା ଝଡ଼ ଦାଉ ସାଧିଥିଲା । ଗତ ୧୬ ଓ ୧୭ ତାରିଖ ଦୁଇ ଦିନ ରାଜ୍ୟର ଅନେକ ଅଞ୍ଚଳ ମେଘୁଆ ରହିବା ପରେ ୧୮ ତାରିଖ ସନ୍ଧ୍ୟାରେ ହଠାତ୍ ମାଡ଼ି ଆସିଥିଲା ଭୟଙ୍କର ଝଡ଼ବର୍ଷା । ପବନ, ବର୍ଷା ଓ କୁଆପଥର ମାଡ଼ରେ ଅନେକ ଅଞ୍ଚଳରେ ଚାଷଜମିରେ ଜଳମଗ୍ନ ହୋଇ ଚାଷୀଙ୍କର ଫସଲ ନଷ୍ଟ ହୋଇଯାଇଥିଲା । ଏହାପରେ କିଛି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା ।

ଆଜି ମଧ୍ୟ ରାଜଧାନୀ ସହିତ ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ରହିବା ସହ ସାମାନ୍ୟ ଶୀତ ଅନୁଭୂତ ହେଉଛି । ଏହା ମଧ୍ୟରେ ଯାଜପୁରର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜିଲ୍ଲାର ଧର୍ମଶାଳା ବ୍ଲକରେ ପାଖାପାଖି ୧ କିଲୋଗ୍ରାମ ବିଶିଷ୍ଟ ଏକ କୁଆପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଛି । ବ୍ଲକର କଦମପାଳ ଅଞ୍ଚଳରେ ଏହି ବିରାଟକାଳ କୁଆପଥର ପଡ଼ିଥିଲା । ଏହି କୁଆପଥରର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରବଳ ବର୍ଷା ସମୟରେ ଯଦି କୁଆପଥର ମାଡ଼ ହୁଏ, ତେବେ କଥା ସରିଲା । କାରଣ କୁଆପଥର ଯାହା ଉପରେ ମାଡ଼ ହେବ, ତା’ର ଅବସ୍ଥା କ’ଣ ଯେ ହେବ ତାହା କଳ୍ପନା କରିବା ମୁସ୍କିଲ । ଏହାଛଡ଼ା କୁଆପଥର ଫସଲ ଉପରେ ପଡ଼ିବା ଫଳରେ ଫସଷ୍ଟର କ୍ଷତି କାହିଁ କେତେ ଗୁଣ ବଢ଼ିଯାଇଥାଏ । ତେଣୁ କୁଆପଥରକୁ ସମସ୍ତେ ଭୟ କରିଥାନ୍ତି ।

ଗତକାଲି ରାଜଧାନୀ ଭୁବନେଶ୍ୱର, ଯାଜପୁର, କଟକ, ବଲାଙ୍ଗିର, ଗୁଣପୁର, ଟିଟିଲାଗଡ଼ ସମେତ କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା । କୁଆପଥର ମାଡ଼ରେ ଅନେକ ସ୍ଥାନରେ ଆଜବେଷ୍ଟସ ଘର ଭାଙ୍ଗିରୁଜି ଯାଇଥିଲା । ଯାଜପୁର ଜିଲ୍ଲାରେ ସବୁଠାରୁ ବେଶି କୁଆପଥର ମାଡ଼ ହୋଇଥିବା ଜଣାପଡ଼ିଛି । ତେବେ ୧ କେଜି ଓଜନର କୁଆପଥର ପଡ଼ିବା ଖବର ଶୁଣିବା ପରେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଜନସାଧାରଣ ଏହି କୁଆପଥରକୁ ଦେଖିବା ପାଇଁ ଭିଡ଼ ଜମାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.