fbpx
BSKY SKY
BSKY SKY

Work From Home କରୁଥିବା କର୍ମଚାରୀଙ୍କୁ ମିଳିବ ୧ ଲକ୍ଷର ବେନିଫିଟ୍: ବଜେଟରେ ଆଗତ ହୋଇପାରେ ପ୍ରସ୍ତାବ

BSKY

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ କାରଣରୁ ଦେଶରେ ବହୁତ କିଛି ପରିବର୍ତ୍ତନ ହୋଇଯାଇଛି । ଅଧିକାଂଶ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ଅଫିସ ଆଦି ବନ୍ଦ ରହିବା କାରଣରୁ କର୍ମଚାରୀମାନେ ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି । ତେବେ ୱାର୍କ ଫ୍ରମ୍ ହୋମ୍ କରିବା କାରଣରୁ କର୍ମଚାରୀଙ୍କ ଖର୍ଚ୍ଚ ଅଧିକ ବଢ଼ିଯାଇଥାଏ । ଘରେ ରହିବା କାରଣରୁ ଇଣ୍ଟରନେଟ୍, ଟେଲିଫୋନ, ଫର୍ଣ୍ଣିଚର ଓ ବିଜୁଳି ବିଲ ଆଦି ବଢ଼ୁଥିବା ଦେଖାଯାଉଛି । ତେବେ ପୂର୍ବରୁ ଚାକିରିଆଙ୍କୁ ସରକାର ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିଆସୁଥିଲେ । ଏବେ ୱାର୍କ ଫ୍ରମ୍ ହୋମ୍ କରୁଥିବା କର୍ମଚାରୀଙ୍କୁ ଭତ୍ତା ପ୍ରଦାନ ଦେଇ ଦାବି ଉଠିଛି ।

କିଛିଦିନ ପୂର୍ବରୁ ଟ୍ୟାକ୍ସ ଓ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ଡିଲୋଇଟି ଇଣ୍ଡିଆ ପକ୍ଷରୁ ଏନେଇ ଦାବି କରାଯାଇଥିଲା । ସରକାର ଯଦି କର୍ମଚାରୀଙ୍କୁ ସିଧାସଳଖ ଭତ୍ତା ପ୍ରଦାନ କରିବେ ନାହିଁ, ତେବେ ଆୟକର ଛାଡ଼ କରନ୍ତୁ । ତେବେ ଡିଲୋଇଟିର ଦାବି ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ତ୍ତମାନ ବିଚାର କରୁଛନ୍ତି । ଘରେ ରହି କାମ କରୁଥିବା କର୍ମଚାରୀଙ୍କୁ ୫୦ ହଜାର ପର୍ଯ୍ୟନ୍ତ ବେନିଫିଟ୍ ମିଳିପାରେ । ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ ଆକାଉଣ୍ଟସ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ କୁହାଯାଇଛି ଯେ, ଏନେଇ ଚଳିତ ବଜେଟରେ କିଛି ପ୍ରସ୍ତାବ ଆସିପାରେ । ଆୟକର ପ୍ରଦାନକାରୀଙ୍କୁ ଷ୍ଟାଣ୍ଡାର୍ଡ ଡିଡକ୍ସନରେ ରିଲିଫ୍ ଦେବା ପାଇଁ ଏହାର ସୀମା ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ ସୁପାରିଶ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆୟକର ଧାରା ୧୦ ଅଧୀନରେ ଟ୍ୟାକ୍ସ ପ୍ରଦାନକାରୀଙ୍କୁ କିଛି ଛାଡ଼ ମିଳିଥାଏ । ଏହି ନିୟମ ବହୁତ ପୁରୁଣା ହୋଇଯାଇଥିବା ବେଳେ ୫୦ ହଜାର ଛାଡ଼ ମହଙ୍ଗା ଯୁଗରେ ଅତି ନଗଣ୍ୟ । ତେଣୁ ଏହାକୁ ଦୃଷ୍ଟିରେ ରଖି ଷ୍ଟାଣ୍ଡାର୍ଡ ଡିଡକ୍ସନ ଲିମିଟକୁ ୧ ଲକ୍ଷକୁ ବୃଦ୍ଧି ନେଇ ଦାବି ଉଠିଛି ।

Get real time updates directly on you device, subscribe now.