fbpx

କନିଆ ସାଜିଲେ ମୌନୀ ରାୟ, ବାହାଘର ମଣ୍ଡପରୁ ସ୍ୱାମୀଙ୍କ ସହ ଭିଡ଼ିଓ ଭାଇରାଲ

ମୁମ୍ବାଇ: ଟିଭି ଜଗତର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ମୌନୀ ରାୟଙ୍କୁ କନିଆ ବେଶରେ ଦେଖିବାକୁ ଅପେକ୍ଷା କରିଥିବା ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି । ମୌନୀଙ୍କ ବାହାଘର ଫଟୋ ସାମ୍ନାକୁ ଆସିଛି । ବଙ୍ଗୀୟ ବେଶରେ କନିଆ ସାଜିଥିବା ମୌନୀ ରାୟ ଏହି ଖାସ୍ ଦିନରେ ବହୁତ ସୁନ୍ଦରୀ ଲାଗୁଛନ୍ତି । ମୌନୀ ଓ ସୁରଜଙ୍କ ବର-କନ୍ୟା ବେଶ ମଧ୍ୟ ପ୍ରଶଂସକଙ୍କୁ ପସନ୍ଦ ଆସିଛି ।

ତେବେ ଦୀର୍ଘ ଦିନ ଧରି ରିଲେସନରେ ଥିବା ବୟଫ୍ରେଣ୍ଡ ବିଜନେସମ୍ୟାନ ସୁଜର ନାମ୍ବିଆରଙ୍କ ସହ ବିବାହ କରିଛନ୍ତି ମୌନୀ । ଉଭୟ ହିନ୍ଦୁ ପରମ୍ପରା ଅନୁଯାୟୀ ଆଜି ବିବାହ କରିଛନ୍ତି । ତେବେ ଏହା ପୂର୍ବରୁ ଆରମ୍ଭ ହୋଇଥିଲା ତାଙ୍କର ପ୍ରି ୱେଡିଙ୍ଗ ସେରିମନୀ । ଯାହାର ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପୂର୍ବରୁ ସେମାନଙ୍କର ବିବାହ ଦୁବାଇରେ ହେବା ନେଇ କୁହାଯାଉଥିଲା କିନ୍ତୁ ଏହାକୁ ବଦଳାଇ ଭାରତରେ ହିଁ ବିବାହ ହେବ ବୋଲି ଉଭୟ ନିଷ୍ପତ୍ତି ନେଇଥିଲେ । ତେବେ ଉଭୟଙ୍କ ବିବାହ ଗୋଆରେ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.