fbpx
BJD SKY
BJD SKY

ମଣିଷକୁ ମଣିଷ କାମୁଡ଼ିଲେ ବି ମୃତ୍ୟୁ ହୋଇପାରେ: ଘା’, କଟା ଅଂଶ, ରକ୍ତ ଦେଇ ଚର୍ମରେ ପ୍ରବେଶ କରୁଛି ମାଂସଭକ୍ଷୀ ବ୍ୟାକ୍ଟେରିଆ, ଡାକ୍ତର ବି ଆଶ୍ଚର୍ଯ୍ୟ

BJD

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବ୍ୟକ୍ତି ଗଣ୍ଡଗୋଳ ସମୟରେ ଅନ୍ୟ ଜଣଙ୍କୁ କାମୁଡ଼ି ଦେଇଥାନ୍ତି । ତେବେ ଏପରି ଏକ କାରଣ ପାଇଁ ଜଣେ ବ୍ୟକ୍ତିଙ୍କୁ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି । ଡାକ୍ତରଙ୍କ ପରାମର୍ଶ ପରେ ପୀଡ଼ିତ ବ୍ୟକ୍ତି ଜଣଙ୍କ ତାଙ୍କ ଶରୀରର ଏକ ବଡ଼ ଅଂଶକୁ କାଟିବାକୁ ବାଧ୍ୟ ହୋଇଛନ୍ତି । ମଣିଷ କାମୁଡ଼ିବା ଫଳରେ ମାଂସ ଖାଉଥିବ।। ବ୍ୟାକ୍ଟେରିଆ ଆକ୍ରମଣ କରିଥିଲା । ଫଳରେ ଏହି ପରିସ୍ଥିତି ଆହୁରି ବିଗିଡ଼ି ଯାଇଥିଲା ।

ସୂଚନା ମୁତାବକ, ଆମେରିକାର ଫ୍ଲୋରିଡ଼ାରୁ ଆସିଛି ଏଭଳି ଏକ ଭୟଙ୍କର ଘଟଣା । ଘରୋଇ କଳି ସମୟରେ ଜଣେ ବ୍ୟକ୍ତିଙ୍କ ଜଙ୍ଘକୁ ତାଙ୍କର ଜଣେ ସମ୍ପର୍କୀୟ କାମୁଡ଼ି ଦେଇଥିଲେ । ଏହାପରେ ପରିସ୍ଥିତି ବିଗିଡ଼ି ଯାଇଥିଲା ଓ ଶେଷରେ ତାଙ୍କର ଉକ୍ତ ଅଙ୍ଗ ପାଚିବାରେ ଲାଗିଥିଲା । ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଉକ୍ତ ବ୍ୟକ୍ତି ଜଣଙ୍କର ମରୁମରୁ ବଞ୍ଚି ଯାଇଥିଲେ । ଜଣେ ୫୨ ବର୍ଷୀୟ ବ୍ୟକ୍ତି ଡନି ଆଡାମ୍ସଙ୍କ କ୍ଷେତ୍ରରେ ଏଭଳି କିଛି ଘଟିଥିଲା । ଏହା ଏକ ମାମୁଲି କେସ ଭାବି ଡାକ୍ତର ଟିଟାନସ୍ ଇଞ୍ଜେକସନ ଦେଇ ରୋଗୀକୁ ଘରକୁ ପଠାଇ ଦେଇଥିଲେ । ମାତ୍ର କିଛିଦିନ ପରେ ଡନିଙ୍କ ଅବସ୍ଥା ଆହୁରି ବିଗିଡ଼ିବାରେ ଲାଗିଥିଲା ।

ଦିନକୁ ଦିନ ଡନିଙ୍କ ଜଙ୍ଘ ଲାଲ ହେବାରେ ଲାଗିଥିଲା । ଏଥିସହିତ ତାଙ୍କୁ ଖୁବ୍ ଯନ୍ତ୍ରଣା ହେଉଥିଲା । ଏହାପରେ ଡାକ୍ତର ଏକ ସର୍ଜରୀ କରିବାକୁ ପ୍ରସ୍ତୁତ ହୋଇଥିଲେ । ଏହାପରେ ମଧ୍ୟ ବୀମାରୀ ଠିକ୍ ହୋଇନଥିଲା । ପ୍ରକୃତରେ ଡନିଙ୍କୁ ମାଂସଭକ୍ଷୀ ବ୍ୟାକ୍ଟେରିଆ ସଂକ୍ରମଣ କରିଥିଲା । ଏହାକୁ ନେକ୍ରୋଟାଇଜିଂ ଫାସିସାଇଟିସ ମଧ୍ୟ କହନ୍ତି । ଏହା ଏପରି ଏକ ଭୟଙ୍କର ବ୍ୟାକ୍ଟେରିଆ ଯାହାକି ସାରା ଶରୀରକୁ ଧୀରେଧୀରେ ଖାଇ ନଷ୍ଟ କରିଦେଇଥାଏ । ଏହି ବ୍ୟାକ୍ଟେରିଆ ପାଣି, ଅପରିଷ୍କାର ସ୍ଥାନରେ ରହିଥାଏ । ଶରୀରର କୌଣସି ସ୍ଥାନ କଟିଗଲେ, କୀଟ କାମୁଡ଼ିଲେ, ଜଳାପୋଡ଼ା ହେଲେ, ଘା’ ଖୋଲା ରହିଲେ ଏହା ଜରିଆରେ ବ୍ୟାକ୍ଟେରିଆ ଶରୀରକୁ ପ୍ରବେଶ କରେ । ବ୍ୟାକ୍ଟେରିଆ ମାଂସପେଶୀ, ରକ୍ତର ସ୍ନାୟୁ ଦେଇ ଚର୍ମ ତଳେ ଥିବା ଟିସୁକୁ ଆକ୍ରମଣ କରି ମାରିଦେଇଥାଏ ।

ଏହି ବ୍ୟାକ୍ଟେରିଆ ଶରୀରେ ପ୍ରବେଶ କରିବା ଫଳରେ ତାହା କିଛି ଘଣ୍ଟା ବା ଦିନ ମଧ୍ୟରେ ଅବସ୍ଥା ବହୁତ ଖରାପ କରିଦେଇଥାଏ । ଏହି ସଂକ୍ରମଣରୁ ରକ୍ଷା କରିବା ପାଇଁ ଡାକ୍ତରଙ୍କୁ ଡନିଙ୍କ ଶରୀରର ପାଖାପାଖି ୬୦ ପ୍ରତିଶତ ଅଂଶ କାଟିବାକୁ ପଡ଼ିଥିଲା । ଏଥିପାଇଁ ଡାକ୍ତରମାନେ ଏକ ଭ୍ୟାକ୍ୟୁମ ଡିଭାଇସର ପ୍ରୟୋଗ କରିଥିଲେ । ତିନିମାସ ପରେ ଡନି ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇଯାଇଥିଲେ । ତେଣୁ ଜଣେ ବ୍ୟକ୍ତି ଅନ୍ୟ କାହାକୁ କାମୁଡ଼ିଲେ ସେ କ୍ଷେତ୍ରରେ ଅବହେଳା କରିବା ଅନୁଚିତ୍ ।

Get real time updates directly on you device, subscribe now.