fbpx

One Nation, One Charger ନିୟମ ଲାଗୁ କରିବେ ମୋଦୀ: ଗୋଟିଏ ଚାର୍ଜରରେ ସାରା ପରିବାରର ଫୋନ୍, ଲାପଟପ୍ ଚାର୍ଜ ହୋଇପାରିବ

ନୂଆଦିଲ୍ଲୀ: ଦେଶର ନାଗରିକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସମୟରେ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି । ଜନସାଧାରଣଙ୍କ ସୁବିଧା ପାଇଁ ବ୍ୟାଙ୍କ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା କ୍ଷେତ୍ରରେ ଅନେକ ନୂଆ ନିୟମ ଲାଗୁ କରାଯାଇଛି । ତେବେ ନିକଟରେ ମୋଦୀ ସରକାର ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଦେଶରେ ଖୁବଶୀଘ୍ର ‘ୱାନ୍ ନେସନ, ୱାନ୍ ଚାର୍ଜର’ ନିୟମ ଲାଗୁ ହେବାକୁ ଯାଉଛି ।
ତେବେ ‘ୱନ୍ ନେସନ, ୱାନ୍ ୱାର୍ଜର’ ନିୟମ ଲାଗୁ ହେଲେ ସାଧାରଣ ଜନତାଙ୍କୁ ଏହାର ବହୁତ ଫାଇଦା ମିଳିବ । ଆଜିକାଲି ମୋବାଇଲ ଫୋନର ଚାହିଦା ବହୁତ ବଢ଼ିଥିବା ବେଳେ ଘରେ ଘରେ ପ୍ରତ୍ୟେକ ସଦସ୍ୟଙ୍କର ଏକାଧିକ ଫୋନ୍ ରହିଛି । ମୋଦୀ ସରକାରଙ୍କର ଏହି ନୂଆ ନିୟମ ଲାଗୁ ହେଲେ ଗୋଟିଏ ଚାର୍ଜରରେ ବାପା, ମାଆ, ଭାଇ, ଭଉଣୀ, ପୂଅ, ବୋହୂ ସମସ୍ତଙ୍କର ଫୋନ୍ ଚାର୍ଜ ହୋଇ ପାରିବ ।
ନୂଆ ନିୟମ ଅନୁଯାୟୀ, ସମସ୍ତ ଡିଭାଇସ୍ ପାଇଁ ଗୋଟିଏ ଚାର୍ଜର ରହିବ । ଅଲଗା ଅଲଗା ଫୋନ୍ କି ଲାପଟପ ପାଇଁ ଅଲଗା ଚାର୍ଜର ରଖିବାର ଆବଶ୍ୟକତା ପଡ଼ିବ ନାହିଁ । ପରିବାରର ସମସ୍ତ ସଦସ୍ୟଙ୍କ ଡିଭାଇସ ଗୋଟିଏ ଚାର୍ଜରରେ ଚାର୍ଜ ହୋଇପାରିବ । ଏହାଦ୍ୱାରା ସମସ୍ତ ପରିବାର ସଦସ୍ୟଙ୍କ ଏକାଧିକ ଚାର୍ଜର ପାଇଁ ଖର୍ଚ୍ଚ ହେଉଥିବା ଅତିରିକ୍ତ ଅର୍ଥ ବଞ୍ଚିପାରିବ । ତେବେ ଭାରତ ସହ କିଛି ବିଦେଶୀ ରାଷ୍ଟ୍ରରେ ମଧ୍ୟ ଏହି ନିୟମ ଲାଗୁ ହେବାକୁ ଯାଉଛି । ଯଦି ଭାରତ ସରକାର ଏହି ନିୟମ ଲାଗୁ କରନ୍ତି, ତେବେ କିଛି ମୋବାଇଲ କମ୍ପାନୀଙ୍କୁ ଟାଇପ୍-ସି ପୋର୍ଟକୁ ବଦଳାଇବାକୁ ପଡ଼ିବ ।

Get real time updates directly on you device, subscribe now.