ପାକିସ୍ତନର ସବୁଠୁ ଡେଙ୍ଗା ବ୍ୟକ୍ତିଙ୍କ ବିୟୋଗ, ଦୀର୍ଘଦିନ ଧରି ଅସୁସ୍ଥ ଥିଲେ
୫୫ ବର୍ଷ ବୟସରେ ଆଖିବୁଜିଲେ ନଶିର । ପରିବାରକୁ ସମବେଦନା ଜଣାଇଲା ପୂରା ପାକିସ୍ତାନ ।
କରାଚୀ: ଆଉ ନାହାନ୍ତି ବିଶ୍ୱର ସବୁଠୁ ଡେଙ୍ଗା ମଣିଷ ନଶିର ସୁମରୋ । ସୋମବାର ଶିଖରପୁରରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ।
୫୫ ବର୍ଷୀୟ ସୁମରୋ ଫୁସଫୁସ ଜନୀତ ରୋଗରେ ଆକ୍ରାନ୍ତ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ଏଥିସହ ବହୁ ବର୍ଷ ଧରି ଆଣ୍ଠୁ, ଗଣ୍ଠି ରୋଗରେ ସୁମରୋ କଷ୍ଟ ପାଉଥିଲେ ।
ସୁମରୋଙ୍କ ଉଚ୍ଚତା ୭ ଫୁଟ ୯ ଇଞ୍ଚ । ନିଜ ଉଚ୍ଚତା ପାଇଁ ତାଙ୍କୁ ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସରେ ଚାକିରି ମିଳିଥିଳା । ସିନ୍ଧ ପ୍ରଦେଶର ଶିଖରପୁରରେ ତାଙ୍କ ଜନ୍ମ ।
ତାଙ୍କ ଶେଷ ପ୍ରାର୍ଥନା ଶାହମୁଲାହରେ କରାଯିବ । ସୁମରୋଙ୍କ ବିୟୋଗରେ ସାରା ପାକିସ୍ତାନ ତାଙ୍କ ପରିବାରକୁ ଶାନ୍ତ୍ୱନା ଜଣାଇଛନ୍ତି । ସିନ୍ଧ ମୁଖ୍ୟମନ୍ତ୍ରୀ ସୟଦ ମୁରାଦ ଅଲ୍ଲୀ ଶାହ ନଶିରଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ରାଜନୈତିକ ଦଳର ବହୁ ନେତା ଓ ପ୍ରତିନିଧିମାନେ ତାଙ୍କ ବିୟୋଗ ନେଇ ଦୁଃଖିତ ଥିବା କହିଛନ୍ତି ।