fbpx

ଦିଲ୍ଲୀ ୟୁନିଭରସିଟି କ୍ୟାମ୍ପସରେ ଛାତ୍ର ସଂଘର୍ଷ: ଜଣେ ଛାତ୍ରଙ୍କୁ ହତ୍ୟା

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ବଡ଼ ଖବର । ଦିଲ୍ଲୀ ୟୁନିଭରସିଟି କ୍ୟାମ୍ପସ ମଧ୍ୟରେ ଜଣେ ଛାତ୍ରଙ୍କୁ ହତ୍ୟା କରାଯାଇଛି । କିଛି ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାପଡ଼ିଛି । ସାଉଥ କ୍ୟାମ୍ପସର ଆର୍ଯ୍ୟଭଟ୍ଟ କଲେଜର ଛାତ୍ରମାନେ ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିବା ସମୟରେ ଅଚାନକ ଜଣେ ଛାତ୍ରଙ୍କ ଉପରେ ଛୁରି ଆକ୍ରମଣ ହୋଇଥିଲା । ଫଳରେ ଏହି ଆକ୍ରମଣରେ ଉକ୍ତ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା ।

ସୂଚନା ମୁତାବକ, ଆଜି ରବିବାର ଥିବାବେଳେ କିଚି ଛାତ୍ର କ୍ଲାସ କରିବାକୁ ଆର୍ଯ୍ୟଭଟ୍ଟ କଲେଜକୁ ଆସିଥିଲେ । ଏହି ସମୟରେ ସେମାନଙ୍କର ଅନ୍ୟ ଛାତ୍ରଙ୍କ ସହିତ ଝଗଡ଼ା ହୋଇଥିଲା । ଫଳରେ ଜଣେ ଛାତ୍ରଙ୍କୁ ଛୁରିମାଡ଼ କରାଯାଇଥିଲା । ଯେଉଁ ଛାତ୍ରଙ୍କୁ ଛୁରିରେ ଆକ୍ରମଣ କରାଯାଇଥିଲା, ତାଙ୍କର ନାମ ନିଖିଲ ଚୌହାନ ବୋଲି ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ତଦନ୍ତ ଆରମ୍ଭ କରିଦେଇଛି ।

୭ ଦିନ ପୂର୍ବରୁ ଜଣେ ଛାତ୍ର ନିଖିଲଙ୍କ ପ୍ରେମିକାଙ୍କ ସହିତ ଖରାପ ଆଚରଣ କରିଥିଲା । ଏହାପରେ ଆଜି ଦ୍ୱିପ୍ରହର ପାଖାପାଖି ୧୨.୩୦ ସମୟରେ ନିଜର ବନ୍ଧୁଙ୍କ ସହିତ ଯାଉଥିବା ନିଖିଲଙ୍କ ଛାତିକୁ ଉକ୍ତ ଛାତ୍ର ଜଣଙ୍କ ଛୁରିରେ ଆକ୍ରମଣ କରିଥିଲେ । ଏହି ଘଟଣା ସହିତ ଆଜି ପଶ୍ଚିମ ଦିଲ୍ଲୀରେ ୩ଟି ହତ୍ୟାକାଣ୍ଡ ଘଟିଛି । ଆଜି ସକାଳେ ୨ ଭଉଣୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତେବେ ଦୁଇ ଭଉଣୀଙ୍କ ହତ୍ୟାକାଣ୍ଡକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଶ୍ନ ଉଠାଇଛନ୍ତି ।

Get real time updates directly on you device, subscribe now.