ନୂଆଦିଲ୍ଲୀ: କଥାରେ ଅଛି ଜଳର ଅନ୍ୟ ନାମ ହେଉଛି ମରଣ । ଜଳକୁ ଅନେକ ପବିତ୍ର କାର୍ଯ୍ୟରେ ଉପଯୋଗ କରାଯାଇଥାଏ । ପବିତ୍ର ଗଙ୍ଗା ଜଳରେ ସ୍ନାନ କରି ମଣିଷ ପୂର୍ବ ଜନ୍ମର ପାପକୁ କ୍ଷୟ କରିଥାଏ । ମାତ୍ର ସାମାନ୍ୟ ବ୍ୟତିକ୍ରମ ହେଲେ ଏହି ଜଳ ସାରା ବିଶ୍ୱରେ ସାଗର ସୃଷ୍ଟି କରିଦେଇଥାଏ । ତେବେ ଏପରି ଭାବେ ଏକ ହଜାର ପ୍ରବାସୀ ସମୁଦ୍ରର ଗଭୀର ଜଳ ମଧ୍ୟରେ ଫଶି ରହିଛନ୍ତି । ସେମାନେ ନିଜର ଜୀବନ ରକ୍ଷା ପାଇଁ କେବଳ ଈଶ୍ୱରଙ୍କୁ ହିଁ ପ୍ରାର୍ଥନା କରୁଛନ୍ତି ।
ସୂଚନା ମୁତାବକ, ଗଭୀର ସମୁଦ୍ର ଜଳ ମଧ୍ୟରେ ତିନୋଟି ଡଙ୍ଗାରେ ହଜାରେ ପ୍ରବାସୀ ଫଶି ରହିଥିଲେ । ଏନେଇ ଇଟାଲି କଷ୍ଟଗାର୍ଡକୁ ସୂଚନା ମିଳିଥିଲା । ପ୍ରବାସୀଙ୍କ ଡଙ୍ଗା ସମୁଦ୍ର ଲହରୀକୁ ମୁକାବିଲା କରିବାରେ ଅସଫଳ ହୋଇଥିଲେ । ତେଣୁ ଯେ କୌଣସି ସମୟରେ ଡଙ୍ଗା ଓଲଟି ପଡ଼ିବାର ସମ୍ଭାବନା ରହିଥିଲା । ଏହି ବିପଦ ସମୟର ଏକ ଭିଡିଓ ପ୍ରବାସୀମାନେ ଉତ୍ତୋଳନ କରିଥିଲେ ଓ ଉଦ୍ଧାର ପାଇଁ ଇଟାଲି ନୌସେନାକୁ ଅନୁରୋଧ କରିଥିଲେ ।
ତେବେ ଅଫିସିଆଲ ଭାବେ ଅନୁମତି ମିଳିବା ପରେ ପ୍ରବାସୀଙ୍କୁ ବଞ୍ଚାଇବା ପାଇଁ ଆଜି ଏକ ବଡ଼ ଅପରେସନ ଆରମ୍ଭ ହୋଇଥିଲା । ଏହି ଉଦ୍ଧାର କାର୍ଯ୍ୟରେ ନୌସେନା ନିଜର ତଟରକ୍ଷୀ ଜାହାଜର ଉପଯୋଗ କରିଥିଲା । ଗୋଟିଏ ଡଙ୍ଗା କ୍ରୋଟେନ ସହର ଓ ଦୁଇଟି ଦକ୍ଷିଣ ରୋକ୍ସେଲା ଇଓନିକା ସହର ନିକଟରେ ଥିବା ସମୁଦ୍ରରେ ଫଶିଥିଲେ । ମାଛ ମାରିବା ପାଇଁ ଡଙ୍ଗାରେ ଶହ ଶହ ଲୋକ ବସିଥିଲେ । ସୂଚନା ମୁତାବକ, କ୍ରୋଟେନ ସହର ନିକଟରେ ୪୮୭ ଜଣ ପ୍ରବାସୀଙ୍କୁ ଉଦ୍ଧାର କରାଯାଇଥିଲା । ସେହିପରି ଅନ୍ୟ ସ୍ଥାନରୁ ୫୮୪ ଜଣ ପ୍ରବାସୀଙ୍କୁ ଉଦ୍ଧାର କରାଯାଇଥିଲା । ତେବେ କଷ୍ଟଗାର୍ଡ ଦ୍ୱାରା ଚିହ୍ନଟ ହୋଇଥିବା ତୃତୀୟ ଡଙ୍ଗା ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ ।