ଜିମି କାର୍ଟରଙ୍କ ଭାରତ ସହ ଥିଲା ଘନିଷ୍ଠତା, ଭାରତର ଗାଁ ଲୋକ ତାଙ୍କ ସହ ରଖିଥିଲେ ସମ୍ପର୍କ
ଜିମି କାର୍ଟର ରାଜନୀତିକୁ ଆସିବା ଆଗରୁ ଜଣେ ଚିନାବାଦମ ଚାଷୀ ଥିଲେ । ସେ ଆମେରିକା ନୌସେନାରେ ଲେପ୍ଟନାଣ୍ଟ ଭାବେ କାମ ମଧ୍ୟ କରିଥିଲେ
ନୂଆଦିଲ୍ଲୀ- ସେ ଥିଲେ ଆମେରିକାର ରାଷ୍ଟ୍ରପତି, ହେଲେ ତାଙ୍କ ଘର ଆମ ଦେଶରେ । କଥାଟା ଅଡୁଆ ବା ଆଶ୍ଚର୍ଯ୍ୟ କରିବା ପରି ହୋଇଛି ନା । ହେଲେ ଏହା ସତ । ଆମ ଦେଶରେ ରହିଛି ଆମେରିକାର ୩୯ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଗାଁ । ଭାରତ ସହ ମଧ୍ୟ ଥିଲା ତାଙ୍କର ଘନିଷ୍ଠତା । ଆଜି ମଧ୍ୟ ତାଙ୍କ ଭାରତ ଗସ୍ତକୁ ମନେ ପକାଯାଏ । ତେଣୁ ତାଙ୍କ ଗସ୍ତକୁ ମନେ ରଖିବାକୁ ହରିଆଣାରେ ରହିଛି ତାଙ୍କ ଗାଁ । ମାନେ ତାଙ୍କ ନାମରେ ନାମିତ ଗାଁ ।
ଗାଁର ନାଁ କାର୍ଟରପୁରୀ । ୧୯୭୭ରେ ଭାରତରେ ଜରୁରୀକାଳୀନ ପରିସ୍ଥିତି ଉଠିବା ପରେ, ଜନତା ଦଳ ବିଜୟ ହାସଲ କରିଥିଲା । ଏହି ସମୟରେ ଜିମି ଭାରତ ଗସ୍ତ କରିଥିଲେ, ଭାରତକୁ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ।
୩ ଜାନୁଆରୀ ୧୯୭୮ରେ ଜିମି କାର୍ଟର ଓ ତାଙ୍କ ପତ୍ନୀ ରୋସାଲିନ ହରିଆଣାର ଦୌଲତପୁର-ନସିରାବାଦ ଗାଁକୁ ଯାଇଥିଲେ । ଗ୍ରାମବାସୀ ଏହି ଆମେରିକୀୟ ରାଷ୍ଟ୍ରପତି ଦମ୍ପତିଙ୍କ ଦ୍ୱାରା ଏମିତି ପ୍ରବାବିତ ହେଲେ କି ନିଜ ଗାଁର ନାଁ କାର୍ଟରପୁରୀ କରିଦେଲେ ।
ଏହି ଯାତ୍ରା ପରେ ମଧ୍ୟ ଗ୍ରାମବାସୀଙ୍କ ସମ୍ପର୍କ ହ୍ୱାଇଟ ହାଉସ ସହ ରହିଥିଲା । ୨୦୦୨ରେ ଜିମିଙ୍କୁ ଯେତେବେଳେ ନୋବେଲ ମିଳିଥିଲା ଶାନ୍ତି ପାଇଁ ଏହି ଗାଁ ଖୁସି ମନେଇଥିଲା ।
ଜିମି କାର୍ଟର ରାଜନୀତିକୁ ଆସିବା ଆଗରୁ ଜଣେ ଚିନାବାଦମ ଚାଷୀ ଥିଲେ । ସେ ଆମେରିକା ନୌସେନାରେ ଲେପ୍ଟନାଣ୍ଟ ଭାବେ କାମ ମଧ୍ୟ କରିଥିଲେ ।
ତେବେ ୧୯୭୭ରେ ସେ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରିବା ସହ ଜର୍ଜିଆର ଗଭର୍ନର ହୋଇଥିଲେ । ତା ପରେ ସେ ଆମେରିକାର ୩୯ ତମ ରାଷ୍ଟ୍ରପତି ହୋଇଥିଲେ ।
ରବିବାର ୧୦୦ ବର୍ଷରେ ତାଙ୍କ ନିଧନ ହୋଇଛି । ସେ ସାରା ଜୀବନ ସମ୍ମାନ ଓ ପ୍ରେମ ହାସଲ କରିଛନ୍ତି ସାଧାରଣ ଲୋକଙ୍କଠାରୁ ।