ଏହି 5 ଟି ବଡ଼ ବଡ଼ ରୋଗ ପାଇଁ ମହୌଷଧି ପିଆଜ ରସ, ଖାଇଲେ ଦୂର ହେବ..
କ୍ୟାନସର, ହାର୍ଟଆଟାକ ଭଳି ବଡ ବଡ 5 ଟି ରୋଗ ପାଇଁ ପିଆଜ ରସ ରାମବାଣ ସଦୃଶ
ଓଡିଶାଭାସ୍କର: କ୍ୟାନସର, ହାର୍ଟଆଟାକ ଭଳି ବଡ ବଡ 5 ଟି ରୋଗ ପାଇଁ ପିଆଜ ରସ ରାମବାଣ ସଦୃଶ ହୋଇଥାଏ। ପିଆଜରେ ଭିଟାମିନ୍ ସି, ଭିଟାମିନ୍ ବି୬, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ସଲଫରର ପରିମାଣ ବହୁତ ଅଧିକ ଥାଏ।
ଜର୍ଣ୍ଣାଲ୍ ଅଫ୍ ନ୍ୟୁଟ୍ରିସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ପିଆଜରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଥିବା ମୁକ୍ତ ରାଡିକାଲ୍ସକୁ ନଷ୍ଟ କରିଦିଏ, ଯାହା ହାର୍ଟଆଟାକ, କ୍ୟାନସର ଏବଂ ଡାଇବେଟିସ ଭଳି ରୋଗର ଆଶଙ୍କା ଦୂର କରେ।
ପିଆଜ ରସ ଡାଇବେଟିସ ସ୍ତରକୁ ନିୟନ୍ତ୍ରଣ କରିଥାଏ। ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ଫିଜିଓଲୋଜି ଆଣ୍ଡ୍ ଫାର୍ମାକୋଲୋଜିରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ପିଆଜ ରସ ମଧୁମେହ ରୋଗୀଙ୍କଠାରେ ହାଇପରଗ୍ଲାଇସେମିଆ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
ପିଆଜରେ ଥିବା କ୍ୱେରସେଟିନ୍ ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ହାର୍ଟ ପାଇଁ ଅତ୍ୟନ୍ତ ଲାଭଦାୟକ। ବ୍ରିଟିଶ ଜର୍ଣ୍ଣାଲ ଅଫ୍ ନ୍ୟୁଟ୍ରିସନରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ନିୟମିତ ପିଆଜ ସେବନ ଦ୍ୱାରା କୋଲେଷ୍ଟ୍ରଲ୍ ଏବଂ ସିଷ୍ଟୋଲିକ୍ ରକ୍ତଚାପକୁ ହ୍ରାସ କରେ, ଯାହା ଦ୍ୱାରା ହାର୍ଟଆଟାକର ଆଶଙ୍କା ହ୍ରାସ ପାଏ।
ପିଆଜ ରସ କେଶ ଏବଂ ଚର୍ମ ସମସ୍ୟା ପାଇଁ ଏକ ପ୍ରାକୃତିକ ଔଷଧ ଭାବରେ କାମ କରେ। ଏଥିରେ ଥିବା ସଲଫର ଏବଂ ସିଲିକନ୍ ଚୁଟିକୁ ମଜବୁତ କରେ। ଏହା ବ୍ୟତୀତ, ପିଆଜ ରସ ବ୍ରଣ ଏବଂ ନାଲି ଦାଗକୁ ମଧ୍ୟ କମ କରିଥାଏ।