fbpx

OSSSC ନିଯୁକ୍ତି: ୨୭୫୪ ପଦ ପୂରଣ ପାଇଁ ବଢ଼ିଲା ଆବେଦନ ତାରିଖ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ରାଜ୍ୟ ସରକାରଙ୍କ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସଏସସି) ତରଫରୁ ୨୭୫୩ଟି ଖାଲି ପଦ ପାଇଁ ଗତ ମେ ମାସରେ ଆବେଦନ ପ୍ରକ୍ରିୟା ସମାପ୍ତ ହୋଇଥିଲା । ତେବେ ଏହା ମଧ୍ୟରେ ଆୟୋଗ ପୁଣି ଥରେ ଉକ୍ତ ପଦ ପାଇଁ ଆବେଦନ ତାରିଖ ବୃଦ୍ଧି କରିଛନ୍ତି ।

ଯୋଗ୍ୟ ପ୍ରାର୍ଥୀଙ୍କୁ ମଲ୍ଟି ପରପୋଜ ହେଲଥ ୱାର୍କର (ଏମପିଏଚଡବ୍ଲ୍ୟୁ) ମହିଳା ଷ୍ଟାଫ ନର୍ସ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବା ଆବଶ୍ୟକ । ୨୦୨୨ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି) ଓ ମହିଳା ପ୍ରାର୍ଥୀଙ୍କ କ୍ଷେତ୍ରରେ ୫ ବର୍ଷର ବୟସ କୋହଳ କରାଯିବ । ସେହିପରି ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷର କୋହଳ କରାଯିବ । ଏହି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ।

ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ । ପ୍ରାର୍ଥୀମାନେ ଅକ୍ଟୋବର ମାସ ୧୧ ତାରିଖରୁ ୨୩ ପର୍ଯ୍ୟନ୍ତ ଅନଲାଇନ ରେଜିଷ୍ଟ୍ରେସନ ଓ ୧୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆପ୍ଲିକେସନ ସବମିଟ୍ କରିପାରିବେ । ଯେଉଁମାନେ ପୂର୍ବରୁ ଅନଲାଇନରେ ଆବେଦନ କରିଛନ୍ତି ସେମାନେ ପୁନର୍ବାର ଆବେଦନ କରିବାର ଆବଶ୍ୟକତା ନାହିଁ ।

ଅନଲାଇନ୍ ଆବେଦନ ଲିଙ୍କ: Available Soon

ନୋଟିଫିକେସନ ଲିଙ୍କ: https://www.osssc.gov.in/Docs/MPHW-F-Full_advt-585.PDF

କରିଜେଣ୍ଡମ୍ ନୋଟିଫିକେସନ ଲିଙ୍କ: https://www.osssc.gov.in/Docs/MPHW-corrigendum-736.PDF

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.osssc.gov.in/Public/OSSSC/Default.aspx

Get real time updates directly on you device, subscribe now.