fbpx

RRB ପାରା-ମେଡିକାଲ ନିଯୁକ୍ତି: ୧୩୭୬ଟି ପଦ ପୂରଣ ନେଇ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ୧୩୭୬ଟି ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପାରା-ମେଡିକାଲ ବର୍ଗରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏହା ମଧ୍ୟରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ତାହା ସେପ୍ଟେମ୍ବର ୧୯ରେ ସମାପ୍ତ ହେବ । ସେପ୍ଟେମ୍ବର ୧୭ରୁ ୨୬ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ । ତେବେ ଆବେଦନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ରେଲୱେ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଥିଲା । ଆରଆରବି ବିଲାସପୁରରେ ଖାଲି ଥିବା ସ୍ପିଚ ଥେରାପିଷ୍ଟ ପଦକୁ ବାତିଲ କରାଯାଇଛି । ଏହି ପଦକୁ ଅଡିଓଲୋଜିଷ୍ଟି ଓ ସ୍ପିଚ ଥେରାପିଷ୍ଟ ସହ ମିଶ୍ରଣ କରାଯାଇଛି । ଏହି ନୂଆ ନିୟମ ଲାଗୁ ହେବା ଫଳରେ ଆରଆରବି ବିଲାସପୁରରେ ମୋଟ ପଦ ସଂଖ୍ୟା ୪୭ରେ ପହଞ୍ଚିଥିବା ବେଳେ ଆରଆରବି ଚଣ୍ଡିଗଡ଼ରେ ମୋଟ ପଦ ସଂଖ୍ୟା ୪୯ରେ ପହଞ୍ଚିଛି ।

ଡାଏଟିସିଆନ (ଲେବଲ-୭), ନର୍ସିଂ ସୁପରିଟେଣ୍ଡେଣ୍ଟ, ଅଡିଓଲୋଜିଷ୍ଟ ଆଣ୍ଡ ସ୍ପିଚ ଥେରାପିଷ୍ଟ, କ୍ଲିନିକାଲ ସାଇକୋଲୋଜିଷ୍ଟ, ଡେଣ୍ଟାଲ ହାଇଜେନିଷ୍ଟ, ଡାଏଲିସିସ ଟେକ୍ନିସିଆନ, ହେଲଥ ଆଣ୍ଡ ମ୍ୟାଲେରିଆ ଇନ୍ସପେକ୍ଟର ଗ୍ରେଡ-୩, ଲାବୋରେଟୋରୀ ସୁପରିଟେଣ୍ଡେଣ୍ଟ, ପରଫ୍ୟୁସନିଷ୍ଟ, ରେଡିଓଗ୍ରାଫର ଏକ୍ସ-ରେ, କାର୍ଡିଆକ ଟେକ୍ନିସିଆନ ଆଦି ପଦ ଖାଲି ରହିଛି । ସମସ୍ତ ପଦ ପାଇଁ ବୟସ ଯୋଗ୍ୟତା ଓ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ମୋଟ ୨୧ଟି ଆରଆରବି ଜୋନ ପାଇଁ ପଦ ସଂରକ୍ଷିତ ରହିଛି ।

ନୋଟିଫିକେସନ ଲିଙ୍କ: https://www.rrbcdg.gov.in/uploads/202404/Detailed%20CEN%2004-2024%20Paramedical.pdf

Get real time updates directly on you device, subscribe now.