fbpx

ଭାରତରେ ବନ୍ଦ ହେବ ଅନଲାଇନ ଏନସାଇକ୍ଲୋପେଡିଆ ୱିକିପେଡିଆ!

ନୂଆଦିଲ୍ଲୀ: ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ଓି୍ୱକିପେଡିଆକୁ କୋର୍ଟ ଅବମାନନାରେ ନୋଟିସ କରି ବର୍ଷିଛନ୍ତି । ଓି୍ୱକିପେଡିଆ ହେଉଛି ବିଶ୍ୱର ସବୁଠାରୁ ଲୋକାଦୃତ ଶୁଳ୍କ ମୁକ୍ତ ଅନଲାଇନ ଏନସାଇକ୍ଲୋପେଡିଅ।। ଏଥିରେ ନ୍ୟୁଜ ଏଜେନ୍ସି ଏଏନଆଇ ଲେଖାକୁ ନେଇ ଦିଆଯାଇଥିଲା ଲେଖା ଉପରେ ଭର୍ତ୍ସନା କରିଛନ୍ତି କୋର୍ଟ । ଭାରତୀୟ ଆଇନର ଅନୁପାଳନ ଖିଲାଫ ଉପରେ କୋର୍ଟ ସଂସ୍ଥାକୁ ଚେତାବନୀ ଦେଇ କହିଛନ୍ତି କି, ଯଦି ତୁମେ ଭାରତକୁ ପସନ୍ଦ କରୁନାହଁ, ତେବେ ଦୟାକରି ଭାରତରେ କାମ କରନାହିଁ । ଆମେ ସରକାରକୁ ତୁମ ସାଇଟ ବ୍ଲକ କହିବାକୁ କହିବୁ ବୋଲି ଚେତାଇ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।
ୱିକିପେଡିଆ ବିରୋଧରେ ଏଏନଆଇ କରିଥିବା ଏକ ମାନହାନୀ ମକଦମାର ଶୁଣାଣି କରି ସଂସ୍ଥା ଉପରେ କ୍ଷୁବ୍ଧ ହୋଇଛନ୍ତି କୋର୍ଟ । ୱିକିପେଡିଆ ନ୍ୟୁଜ ଏଜେନ୍ସିକୁ ନେଇ ତାର ସାଇଟରେ କହିଥିଲା କି, ଏହା ଭାରତ ସରକାରର ଏକ ପ୍ରଚାର ମାଧ୍୍ୟମ । ଏହାକୁ ନେଇ କୋର୍ଟ ତିନୋଟି ଆକାଉଣ୍ଟରେ ଦିଆଯାଇଥିବା ସମ୍ପାଦନା ଉପରେ ସବିଶେଷ ତଥ୍ୟ ମାଗିଥିଲେ । କିନ୍ତୁ ଏଏନଆଇ ଆଜି କୋର୍ଟଙ୍କୁ ଜଣାଇଛି କି, ଏପର୍ଯ୍ୟନ୍ତ ତଥ୍ୟ ଦେଇନି ସଂସ୍ଥା । ଏଥିସହ ଏଏନଆଇ କହିଛି କି, ଯେଉଁ ତିନି ବ୍ୟକ୍ତିଙ୍କୁ ମାମଲାରେ ସଂଶ୍ଲିଷ୍ଟ କରାଯାଇଛି, ସେମାନେ କୌଣସି ଏଡିଟର ନୁହଁନ୍ତି ।
ନିଜ ସପକ୍ଷରେ ୱିକିପେଡିଆ କୋର୍ଟଙ୍କୁ ଜଣାଇଥିଲା କି, ତାର ସାଇଟରେ କିଛି ଦସ୍ତାବିଜ ଦାଖଲରେ ବିଳମ୍ବତା କାରଣରୁ ତଥ୍ୟ ପ୍ରଦାନରେ ବିଳମ୍ବ ହୋଇଛି । କାରଣ ସଂସ୍ଥା ଭାରତୀୟ ସଂସ୍ଥା ନୁହେଁ । ମାମଲାର ଶୁଣାଣି କରୁଥିବା ଜଷ୍ଟିସ ନଭିନ ଚାବଲା ଏହି ଉତ୍ତରରେ ସନ୍ତୁଷ୍ଟ ହୋଇ ନ ଥିଲେ । ତେଣୁ ଖଣ୍ଡପୀଠ ଘଟଣାରେ କ୍ଷୁବ୍ଧ ହୋଇ କହିଥିଲେ କି, ସଂସ୍ଥାର ଭାରତରେ ପ୍ରତିଷ୍ଠିତ କି ନାହିଁ, ଏହା ଆମର ପ୍ରଶ୍ନ ନୁହେଁ । ଆମେ ତୁମ ବ୍ୟବସାୟିକ ଚଳଣି ବନ୍ଦ କରିବୁ । ସରକାରରୁ ଏହାକୁ ଦେଶରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବୁ ବୋଲି ରୋକଠୋକ କହିଛନ୍ତି କୋର୍ଟ । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବରରେ ହେବ । ଶୁଣାଣି କାଳରେ ସଂସ୍ଥାର ପ୍ରତିନିଧି ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Get real time updates directly on you device, subscribe now.