fbpx

ସର୍ବଭାରତୀୟ ଇଂରାଜୀ ରଚନା ପରୀକ୍ଷା: ଦ୍ୱିତୀୟ ସ୍ଥାନରେ ଚମ୍ପୁଆ ଝିଅ ସୁମନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସବୁକିଛି ସମ୍ଭବ ହୋଇପାରେ ବୋଲି ପ୍ରମାଣିତ କରିଛନ୍ତି ଚମ୍ପୁଆର ୧୩ ବର୍ଷର ଝିଅ ସାଇ ସୁମନ ହୋତା । ବାପା ମାନସ ରଞ୍ଜନ ହୋତା ପେଶାରେ ଜଣେ ଡାକ୍ତର । ମା ସାଇ ସମ୍ମିତା ହୋତା ଚମ୍ପୁଆରେ ତହସିଲଦାର ଭାବେ କାର୍ଯ୍ୟରତ । ବାପା ମା ଦୁହେଁ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ଝିଅକୁ ଦେଇଥାନ୍ତି । ତା ପରେ ବି ଝିଅ ନିଜ ମାଉସି ପାଖରେ (କାମାକ୍ଷାନଗରରେ ) ରହି ପାଠ ପଢା କରନ୍ତି । ବାପା ବଡ଼ବିଲରେ ଡାକ୍ତର ଥିବାରୁ ଝିଅ ସାଇ ସୁମନ ବଡ଼ବିଲ ସ୍ଥିତ ଜିନ୍ଦଲ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢନ୍ତି ।
ମାଉସୀ ଘରେ ରହି ଅନଲାଇନରେ ପାଠ ପଢୁଥିବା ବେଳେ ଅନଲାଇନରେ ସର୍ବଭାରତୀୟ ସ୍ତରରେ ଇଂରାଜି ଏକ ରଚନା ABC of life is always be cheerfullରେ ଅଂଶଗ୍ରହଣ କରିଥିଲେ । ଏହି ବିଷୟରେ ୯୦ ମିନିଟରେ ୧୫୦୦ ଶବ୍ଦ ଭିତରେ ଲେଖିବା ପାଇଁ ଆସିଥିବା ନିମନ୍ତ୍ରଣକୁ ସ୍ୱୀକାର କରି ଚଳିତ ୭ ତାରିଖ ଅନଲାଇନ ପରୀକ୍ଷା ଦେଇଥିଲେ । ଯେଉଁଥିରେ ୩ଟି ବର୍ଗ ଥିଲା । ଦିତୀୟ ବର୍ଗରେ ସେ ୨ ୟ ସ୍ଥାନ ଅଧିକାର କରିଥିଲେ ।

Get real time updates directly on you device, subscribe now.