fbpx

ଅନଲାଇନ ପଞ୍ଜିକୃତଙ୍କୁ ପ୍ରଥମେ ମିଳିବ ଟିକା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକାଦାନ କେନ୍ଦ୍ରରେ ଟିକାକରଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ସ୍ଲଟ ବୁକ କରିଥିବା ବ୍ୟକ୍ତିଙ୍କୁ ପ୍ରଥମେ ଟିକା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅନଲାଇନରେ ସ୍ଲଟ ବୁକିଂ ସତ୍ତ୍ୱେ ଟିକାକରଣ କେନ୍ଦ୍ର ବାହାରେ ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିବାର ଅଭିଯୋଗ ଆସିବା ପରେ ସରକାର ଏଭଳି ବ୍ୟକ୍ତିମାନଙ୍କୁ ଟିକାକରଣବେଳେ ତତ୍କାଳ ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ କୋଭିଡ୍ ଟିକା ନେବା ପାଇଁ ହସ୍ପିଟାଲ ଯିବାକୁ ପଡ଼ିବ ନାହିଁ। ସେମାନଙ୍କ ଘର ପାଖରେ ହିଁ ପ୍ରଶାସନ ପକ୍ଷରୁ କୋଭିଡ୍ ଟିକାକରଣ କେନ୍ଦ୍ର ଖୋଲାଯିବ ଓ ଯେଉଁଠି ସେମାନଙ୍କୁ କୋ-ୱିନ୍ ପୋର୍ଟାଲରେ ତତ୍କାଳ ପଞ୍ଜିକରଣ କରାଯାଇ ଏହି ଟିକା ଦିଆଯିବ। ଏହାବ୍ୟତୀତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କୋଭିଡ୍ ଟିକାକରଣ କେନ୍ଦ୍ରକୁ ବାଦ୍ ଦେଇ ଅନ୍ୟ କୌଣସି ସ୍ଥାନରେ ଟିକା ଦିଆଗଲେ ତୁରନ୍ତ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, କୋଭିଡ୍ ଟିକାକରଣର ସୁପରିଚାଳନା ଜାତୀୟ ଏକ୍ସପର୍ଟ ଗ୍ରୁପ୍‌ଙ୍କ ସୁପାରିସ ଓ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସୁପାରିସ୍ ଅନୁସାରେ କରାଯାଉଛି।

Get real time updates directly on you device, subscribe now.