ହବିଷ୍ୟାଳୀଙ୍କ ପାଇଁ ଧାର୍ଯ୍ୟ ହେଲା ପଞ୍ଜୀକରଣ ତାରିଖ; 19ରୁ ଆରମ୍ଭ ଅନଲାଇନ ପଞ୍ଜୀକରଣ, ଏମିତି କରନ୍ତୁ…
ଆସନ୍ତା 19ରୁ ଆରମ୍ଭ ହେବ ହବିଷିଆଳି ପଞ୍ଜୀକରଣ ପକ୍ରିୟା । ଅନଲାଇନ ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ ଶ୍ରଦ୍ଧାଳୁ । ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ ।
ପୁରୀ: ଆସନ୍ତା 19ରୁ ଆରମ୍ଭ ହେବ ହବିଷିଆଳି ପଞ୍ଜୀକରଣ ପକ୍ରିୟା । ଅନଲାଇନ ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ ଶ୍ରଦ୍ଧାଳୁ । https/edistrict.odisha.gov.in କୁ ଯାଇ ଶ୍ରଦ୍ଧାଳୁମାନେ ନାମ ପଞ୍ଜୀକରଣ କରିପାରିବେ । ଚଳିତ ବର୍ଷ ପ୍ରାୟ ଅଢେଇ ହଜାର ହବିଷିଆଳିଙ୍କ ପାଇଁ ବ୍ୟବସ୍ଥା ରହିଛି। ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ 3ଟି କୋଠାରେ ରହିବେ ହବିଷ୍ୟାଳୀ ।
ଆସନ୍ତା ୧୯ତାରିଖ ପୂର୍ବାହ୍ନ ୧୦ ଠାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତୀକ ବ୍ରତ । ତେବେ ଏଥର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ କରାଯିବ । କେଉଁଠି ରହିବେ ଓ ଆଇଡି କାର୍ଡ ଆଦିର ସମସ୍ତ ତଥ୍ୟ ଅନଲାଇନ ମାଧ୍ୟମରେ ହେବାକୁ ଯୋଜନା କରିଛନ୍ତି ପୁରୀ ଜିଲାପାଳ ।
https/edistrict.odisha.gov.in ଅନଲାଇନ୍ ଲିଙ୍କ ରେ ଆବେଦନ କରିପାରିବେ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିତ ମହିଳାମାନେ ଆବେଦନ କରିପାରିବେ । ଶାରୀରିକ ମାନସିକ ଭାବରେ ସୁସ୍ଥ ଥିବା ସହ ନୂଆ ଆବେଦନକାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ । କେବଳ ଅନଲାଇନରେ ପଞ୍ଜିକୃତ ହୋଇଥିବା ମା ମାନେ ହିଁ ହାବିଷ୍ୟାଳୀ ଶିବିରରେ ଅନୁମତି ପାଇବେ । ପ୍ରତିବର୍ଷ ଭଳି ରହଣି, ଜଗନ୍ନାଥ ଦର୍ଶନ, ପ୍ରସାଦ ସେବନ ବ୍ୟବସ୍ଥା କରିବେ ସରକାର। ଏକମାସ ଧରି ସେମାନଙ୍କୁ ନିଶୁଳ୍କ ମହାପ୍ରସାଦ ଯୋଗାଇ ଦିଆଯିବ।