fbpx

ମାତ୍ର କିଛି ଦିନର ଅପେକ୍ଷା… ଶସ୍ତା 5G ଫୋନ ଧରିବ ଭାରତ, ମିଳିବ ଦମଦାର ଫିଚର

ନୂଆଦିଲ୍ଲୀ : ଆଗାମୀ ଦିନରେ Itel ଭାରତରେ କିଛି ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ Itel S23+ ସ୍ମାର୍ଟଫୋନ ବିଷୟରେ ଏକ ଟିଜର ପ୍ରକାଶ କରିଛି । ଏହି ଫୋନଟି 15,000 ଟଙ୍କା ମଧ୍ୟରେ ମିଳିବ, ଏହା କର୍ଭଡ୍‌ AMOLED ଡିସପ୍ଲେର ଫୋନ ଅଟେ । ଏହା ବ୍ୟତୀତ କମ୍ପାନୀ P55 5G ଫୋନ ମଧ୍ୟ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଏକ ବାର୍ତ୍ତା ଦେଇ ଦୁଇଟି ନୂତନ ଫୋନ ଲଞ୍ଚ ବିଷୟରେ ସୂଚନା ଦେଇଛି । ସୂଚନାଯୋଗ୍ୟ ଯେ, ଏହି ଫୋନ ପାଇଁ ସେପ୍ଟେମ୍ବର 26ରେ ଏକ ଇଭେଣ୍ଟଅନୁଷ୍ଠିତ ହେବ । ସେଠାରେ ଏହି ଫୋନଗୁଡିକ ଲଞ୍ଚ ହେବ ବୋଲି ଆଶା କରାଯାଉଛି ।

ଏକ ରିପୋର୍ଟରେ କୁହାଯାଇଛି ଯେ, ଆଗାମୀ ଦିନରେ P55 5G ସ୍ମାର୍ଟଫୋନ୍ 10,000 ଟଙ୍କାରୁ ବି କମ ଦାମରେ ମିଳିବ, ଭାରତର ପ୍ରଥମ 5G ସ୍ମାର୍ଟଫୋନ ହେବ। ଏହି ଫୋନ ପାଇଁ ଆମାଜନରେ ମାଇକ୍ରୋସାଇଟ ମଧ୍ୟ ଲାଇଭ୍ ଅଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ଫୋନ ଆମାଜନରେ ବିକ୍ରି ହେବ। ସେପ୍ଟେମ୍ବର 26 ରେ ଏହି ଫୋନ ଲଞ୍ଚ ହେବ ବୋଲି ଟିପଷ୍ଟର ମୁକୁଲ ଶର୍ମା କହିଛନ୍ତି । 26 ତାରିଖ ନୂତନ ଫୋନ୍ ଲଞ୍ଚ ପାଇଁ 26 ତାରିଖ ପ୍ରାୟ ନିଶ୍ଚିତ ବୋଲି ମନେ କରାଯାଉଛି । ଏହା ବ୍ୟତୀତ ଟିପଷ୍ଟର କହିଛନ୍ତି ଯେ, ଏହି ଫୋନ ମିଡିଆ ଟେକ୍ ଡାଇମେନସିଟି 6080 ସଞ୍ଚାଳକ ସହିତ ଆସିବ । ଏହି ଫୋନ୍ ଆଣ୍ଡ୍ରଏଡ୍ 13 ରେ ଚାଲିବ ।

Itel S23 + ବିଷୟରେ କହିବାକୁ ଗଲେ, ଏହା ଇଥିଓପିଆର ବଜାରରେ ପରିଚିତ ହୋଇଥିଲା । ପରେ ଏହାକୁ ୟୁରୋପୀୟ ବଜାରରେ ଲଞ୍ଚ କରାଗଲା । କମ୍ପାନୀ ନିଶ୍ଚିତ କରିଛି ଯେ ଏହି ସ୍ମାର୍ଟଫୋନରେ 3D କର୍ଭଡ୍‌ AMOLEDର ଡିସପ୍ଲେ ରହିବ । ଏହି ଫୋନ ପ୍ରଥମେ 15,000 ଟଙ୍କାରୁ କମ ଦାମରେ ମିଳିବ, ଯେଉଁଥିରେ ଏକ କର୍ଭଡ୍‌ AMOLED ଡିସପ୍ଲେ ରହିବ । ଏହି ଫୋନକୁ 50MP କ୍ୟାମେରା, ୟୁନିସୋକ T616 ସଞ୍ଚାଳକ ଏବଂ 5000mAh ବ୍ୟାଟେରୀ ସହିତ ବଜାରରେ ଲଞ୍ଚ କରାଯାଇଥିଲା ।

Get real time updates directly on you device, subscribe now.