Cold Season Diseases: କେବଳ ଗୋଟିଏ ଜିନିଷ ଦୂରେଇ ଦେବ ୧୨ ପ୍ରକାର ରୋଗ, ଟଙ୍କାଟିଏ ଖର୍ଚ୍ଚ ନକରି ଶୀତଦିନେ ସୁସ୍ଥ ରହିପାରିବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶୀତଦିନର ଆଗମନରେ ଜଳବାୟୁରେ କିଛିଟା ପରିବର୍ତ୍ତନ ହୋଇଥାଏ । ତେଣୁ ତା’ର ପ୍ରଭାବ ଆମର ସ୍ୱାସ୍ଥ୍ୟ ଉପରେ ପଡ଼ିବା ସ୍ୱାଭାବିକ । ବିଶେଷ କରି ଥଣ୍ଡା କାରଣରୁ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗର ଆଶଙ୍କା ରହିଥାଏ । ଯେପରିକି କୋଲେଷ୍ଟରଲ ବୃଦ୍ଧି, ଓଜନ ବଢ଼ିବା, ଭୋକ ନହେବା, ମାଂସପେଶୀ ଯନ୍ତ୍ରଣା, ଦାନ୍ତ, ଓଠ ଓ ନାକ ଆଦି ସମସ୍ୟା । ତେବେ ଏପରି ଅନେକ ଶୀତଦିନିଆ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆପଣମାନେ ବେଳ ଥାଉ ଥାଉ ସତର୍କ ରହିଲେ ବିନା ଖର୍ଚ୍ଚରେ ବି ସୁସ୍ଥରେ ଜୀବନ ବିତାଇ ପାରିବେ ।
ଆପଣଙ୍କ ଘରେ ରହିଥିବା ଅନେକ ଜିନିଷକୁ ବ୍ୟବହାର କରି ଆପଣ ଅନେକ ରୋଗକୁ ବାଏ ବାଏ କରିପାରିବେ । ଆପଣମାନେ କେବଳ ସୋରିଷ ତେଲକୁ ସଠିକ୍ ଭାବେ ଉପଯୋଗ କରିପାରିବେ, ତେବେ ଆପଣମାନେ ଏପରି ଭାବେ ୬ ପ୍ରକାରର ରୋଗଠାରୁ ଦୂରେଇ ରହିପାରିବେ । ସୋରିଷ ତେଲ ଆପଣଙ୍କ ଭୋକ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏଥିସହତ ଓଜନ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ ଓ ପାଚନ ଶକ୍ତି ମଧ୍ୟ ଠିକରେ କାର୍ଯ୍ୟ କରିଥାଏ । ପୁରୁଣା ସମୟରେ ଲୋକମାନେ ରୋଗ ସଂକ୍ରମଣରୁ ଦୂରେଇବା ପାଇଁ ଛୋଟ ପିଲାଙ୍କ ଶରୀରରେ ସୋରିଷ ତେଲ୍ ମାଲିସ୍ କରୁଥିଲେ ।
ସୋରିଷ ତେଲରେ ଏଥିରେ ଥାୟାମିନ, ନିଆସିନ ପରି ଭିଟାମିନ ରହିଥାଏ, ଯାହା ଓଜନ ହ୍ରାସରେ ସହାୟକ ହୋଇଥାଏ । ସୋରିଷ ତେଲକୁ ମାଲିସ କରିବା ଦ୍ୱାରା ଶରୀରରେ ଅତିରିକ୍ତ ଚର୍ବି ହ୍ରାସ ଘଟିଥାଏ । ଶରୀରରେ ସୋରିଷ ତେଲର ମାଲିସ କରିବା ଫଳରେ ମାଂସପେଶୀ ମଜବୁତ ହେବା ସହ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ । ୧ ଚାମଚ ସୋରିଷ ତେଲ ଔଷଧ ରୂପେ ସେବନ କରିବା ଫଳରେ କାଶ, ଗଳାର ଯନ୍ତ୍ରଣା କମ୍ ହୋଇଥାଏ । ତେଣୁ ଆପଣ ରାତିରେ ଶୋଇବା ପୂର୍ବରୁ ନାଭିରେ ତେଲ ଲଗାଇ ଶୁଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଓଠ ନରମ ଓ ମୁଲାୟମ ହୋଇଥାଏ । ସୋରିଷ ତେଲ ସହ ହଳଦୀ ଓ ଲୁଣକୁ ମିଶାଇ ଦାନ୍ତ ମୂଳରେ ନିୟମିତ ମାଲିସ କରନ୍ତୁ । ଏହାଦ୍ୱାରା ଦାନ୍ତର ବିନ୍ଧା, ପାଇରିଆ ଆଦି ରୋଗରୁ ରକ୍ଷା ମିଳିଥାଏ । ଶରୀରରେ କୋଲେଷ୍ଟରଲର ପରିମାଣକୁ ନିୟନ୍ତ୍ରଣ କରିବାରେ ସୋରିଷ ତେଲ ସହାୟକ ହୋଇଥାଏ । ଶ୍ୱାସ କ୍ରିୟାରେ ଅସୁବିଧା ହେଲେ ତେଲକୁ ନାକରେ ଲଗାଇବା ଫଳରେ ତତକ୍ଷଣାତ ଉପଶମ ମିଳିଥାଏ । ଏଥିସହ ନାକ କୁଣ୍ଡାଇ ହେବା, ନାକ ଶୁଷ୍କ ହେବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।