fbpx

ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ କେତେ ଧନ ସମ୍ପତ୍ତି ରହିଛି?

ଓଡିଶା ଭାସ୍କର; କୁହାଯାଏ ଯେ, ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଖରେ ପ୍ରବଳ ଟଙ୍କା ଓ ଧନ ସମ୍ପତ୍ତି ରହିଥାଏ । ନିମ୍ନ ସ୍ତରରେ ଥିବା ରାଜନେତାଙ୍କ ପାଖରେ ଅଳ୍ପ ଟଙ୍କା ଥିବା ବେଳେ ବଡ଼ ବଡ଼ିଆଙ୍କ ପାଖରେ ପର୍ୟ୍ୟାପ୍ତ ଟଙ୍କା ରହିଥାଏ । ଯଦି ଏକ ଶୀର୍ଷ ନେତା ବା ପ୍ରଧାନମନ୍ତ୍ରୀଙ୍କ କଥା ଦେଖାଯାଏ, ତାଙ୍କ ପାଖରେ ପ୍ରବଳ ବ୍ୟାଙ୍କ ବାଲାନ୍ସ ସହ ଗାଡି, କୋଠା ଓ ଧନ ସମ୍ପତ୍ତି ନିହାତି ରହିଥିବ। କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧନ, ସମ୍ପତ୍ତି ସମ୍ପର୍କରେ କେହି ଜାଣିଲେ ସେ ଆଶ୍ଚର୍ୟ୍ୟ ହୋଇଯିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟରେ ମାତ୍ର ୫୭୪ ଟଙ୍କା ଅଛି। ସେହିପରି ତାଙ୍କ ପାଖରେ ନଗଦ ୩୦,୨୪୦ ଟଙ୍କା ରହିଛି । ବାସ୍ତବରେ, ଏହି ସମସ୍ତ ସୂଚନା ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟର ୱେବସାଇଟରେ ଦିଆଯାଇଛି। ଯେଉଁଥିରେ ପିଏମ ମୋଦିଙ୍କ ସମ୍ପତ୍ତି ଘୋଷଣା କରାଯାଇଛି। ଏହି ସୂଚନା ଅନୁଯାୟୀ, ମୋଦିଙ୍କର କେବଳ ୪ଟି ମୁଦି ଅଛି, ଯାହା ସୁନାରେ ନିର୍ମିତ ଏବଂ ଏହାର ମୂଲ୍ୟ ୨,୦୧,୬୬୦ ଟଙ୍କା। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ନାମରେ କୌଣସି ସମ୍ପତ୍ତି ନାହିଁ। କେବଳ ତାଙ୍କର ଅଧିକାଂଶ ଜମା ବ୍ୟାଙ୍କରେ ଗଚ୍ଛିତ ଅଛି । ମୋଦିଙ୍କ ନାମରେ ଥିବା ଏଫଡିରେ ୨ କୋଟି ୪୭ ଲକ୍ଷ ୪୪ ହଜାର ଅଛି । ଡାକଘରେ ଜାତୀୟ ଯୋଜନା ପ୍ରଧାନମନ୍ତ୍ରୀଙ୍କ ନାମରେ ଅଛି ଯାହାର ମୂଲ୍ୟ ୯ ଲକ୍ଷ ୧୯ ହଜାର ଟଙ୍କା। ପ୍ରଧାନମନ୍ତ୍ରୀଙ୍କର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ଆକାଉଣ୍ଟ ଅଛି।

ସୂଚନା ଅନୁସାରେ, ମୋଟ ସମ୍ପତ୍ତି ୨ କୋଟି ୫୮ ଲକ୍ଷ ୯୬ ହଜାର ପିଏମ ମୋଦିଙ୍କ ନାମରେ ଅଛି। ଏହି ସୂଚନା ପ୍ରତିବର୍ଷ ପିଏମଓ ଦ୍ୱାରା ଦିଆଯାଇଥାଏ । ଗତ ବର୍ଷ ତୁଳନାରେ ଯଦି ପିଏମ ମୋଦିଙ୍କ ସମ୍ପତ୍ତିରେ ୪ ପ୍ରତିଶତ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ୩୧ ମାର୍ଚ୍ଚ, ୨୦୨୩ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଘୋଷିତ ସମ୍ପତ୍ତି ଦର୍ଶାଉଛି ସେ କୌଣସି ଶେୟାରରେ କିମ୍ବା ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ କରିନାହାଁନ୍ତି। ଏପରିକି ପ୍ରଧାନମନ୍ତ୍ରୀଙ୍କ ନାମରେ କୌଣସି ଯାନବାହନ ମଧ୍ୟ ନାହିଁ। ଗାନ୍ଧୀନଗରରେ ମୋଦୀଙ୍କର ଜମିଟିଏ ଥିଲା ଯାହାର ମୂଲ୍ୟ ୧.୧ କୋଟି । କିନ୍ତୁ ଉକ୍ତ ଜମିଟିକୁ ମୋଦୀ ଦାନ କରି ଦେଇଛନ୍ତି । ପିଏମ୍‌ଓଙ୍କ ୱେବ ସାଇଟ୍‌ରେ ମୋଦୀଙ୍କର ଧନସମ୍ପତ୍ତି ତଥ୍ୟ ପ୍ରକାଶ ପାଇଛି । ମୋଦୀ ଦାନ କରିଥିବା ଜମିଟିକୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୨୦୦୨ ଅକ୍ଟୋବରରେ କିଣିଥିଲେ । ଉକ୍ତ ଜମି ଉପରେ ଆହୁରି ତିନିଜଣ ଲୋକଙ୍କ ଅଧିକାର ଥିଲା ।

 

Get real time updates directly on you device, subscribe now.