OpenAI ଲଞ୍ଚ କଲା ନୂଆ ପ୍ଲାଟଫର୍ମ ‘Sora’: ଟେକ୍ସଟ ଲେଖିବାର କିଛି ସମୟ ପରେ ଭିଡିଓ ଜେନେରେଟ ହୋଇ ହୋଇପାରିବ

ନୂଆଦିଲ୍ଲୀ: ଏଣକି ଆପଣମାନେ କେବଳ ଟେକ୍ସଟ ଲେଖିକରି ଭିଡିଓ ଜେନେରେଟ କରିପାରିବେ । ଭିଡିଓ ସୃଷ୍ଟି କରିବା ପାଇଁ ଆପଣଙ୍କୁ ଆଉ ଫଟୋ ବା କ୍ଲିପର ଆବଶ୍ୟକତା ପଡ଼ିବ ନାହିଁ । ଭିଡିଓ ସୃଷ୍ଟି କରିବା ପାଇଁ ଓପନଏଆଇ ନିଜର ନୂଆ କୃତ୍ରିମ ବୁଦ୍ଧିମତା (ଏଆଇ) ପ୍ଲାଟଫର୍ମ ଲଞ୍ଚ କରିଛି । ଚାଟଜିପିଟି, ଡାଲ-ଇ ପରେ ଏବେ କମ୍ପାନୀ ‘ସାରା’ ଉପସ୍ଥାପନ କରିଛି । କମ୍ପାନୀର ସିଇଓ ସାମ ଅଲଟମ୍ୟାନ ନିଜେ ଏନେଇ ସୂଚନା ଦେଇଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସାମ ଏହି ନୂଆ ଟୁଲକୁ ଜାରି କରିଛନ୍ତି ।

ପୂର୍ବରୁ ଚାଟଜିପିଟି ସ୍ପ୍ରିକ୍ଟ ଲେଖୁଥିବା ବେଳେ ଡାଲ-ଇ ଫଟୋ ସୃଷ୍ଟି କରିପାରୁଥିଲା । ମାତ୍ର ଏହା ମଧ୍ୟରେ ଏଆଇ କ୍ଷେତ୍ରରେ ଓପନଏଆଇ ପୁଣି ଗୋଟିଏ ପାଦ ଆଗକୁ ବଢ଼ାଇଛି । ଏଣିକି ସୋରା ପ୍ଲାଟଫର୍ମରେ ଟେକ୍ସଟ ଜରିଆରେ ୟୁଜର୍ସ ଭିଡିଓ ଜେନେରେଟ କରିପାରିବେ । ସବୁଠାରୁ ବଡ଼ କଥା ହେଉଛି ଏହି ଭିଡିଓ ଜେନେରେଟ କରିବା ପାଇଁ ୟୁଜର୍ସଙ୍କୁ ଆଉ ପୂର୍ବପରି ଫଟୋ ବା କ୍ଲିପର ବ୍ୟବହାର କରିବାକୁ ପଡ଼ିବ ନାହିଁ ।

ପୂର୍ବରୁ ଗୁଗଲ ଓ ମେଟା ଏପରି ଟେକ୍ନୋଲୋଜି ଆଣିଥିବା ବେଳେ ଓପନଏଆଇ କ୍ୱାଲିଟି କ୍ଷେତ୍ରରେ ଅଧିକ କାମ କରିଥିବା କୁହାଯାଉଛି । ଆପଣମାନେ https://openai.com/sora ୱେବସାଇଟକୁ ଯାଇ ଏ ବାବଦରେ ଅଧିକ ତଥ୍ୟ ଜାଣିପାରିବେ । ଏହି ନୂଆ ଟୁଲକୁ ଜାରି କରିବା ଅବସରରେ କମ୍ପାନୀର ସିଇଓ ସାମ ନିଜର ଟିମକୁ ଧନ୍ୟବାଦ ଦେଇଛନ୍ତି । ତେବେ ଆପଣମାନେ ଯଦି ଏହି ଭିଡିଓ କ୍ରିଏଟିଂ ପ୍ଲାଟଫର୍ମରୁ ବ୍ୟବହାର କରିବାକୁ ଚାହୁଁଥାନ୍ତି ତେବେ ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ । ପବ୍ଲିକଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା ‘ସୋରା’କୁ ଲଞ୍ଚ କରାଯାଇ ନାହିଁ । କମ୍ପାନୀ ଏ ବାବଦରେ କେବଳ ସମ୍ୟକ ସୂଚନା ପ୍ରଦାନ କରିଛି ।

Get real time updates directly on you device, subscribe now.