ଭୁବନେଶ୍ୱର: ଖୁବଶୀଘ୍ର ହେବ ଅପରେସନ୍ ଆନାକୋଣ୍ଡା-୨। ସରଣ୍ଡା ଜଙ୍ଗଲରେ ହେବ ଅପରେସନ୍। ମାଓ ପ୍ରବଣ ଅଞ୍ଚଳରେ ହେବ ଏହି ବଡ଼ କାର୍ଯ୍ୟାନୁଷ୍ଠାନ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ ଆଦି ସାମିଲ କରାଯିବ।
ଜଙ୍ଗଲ ଯୁଦ୍ଧ ବିଶେଷଜ୍ଞଙ୍କୁ ଏହି ଅପରେସନରେ କରାଯିବ ସାମିଲ। ୨୦୨୬ ସୁଦ୍ଧା ସରଣ୍ଡାରୁ ମାଓ ନିପାତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗୃହମନ୍ତ୍ରୀ ଅମିତ ଶାହ ଏବଂ ପିଏମ ମୋଦୀ କହିଛନ୍ତି ଯେ, ଦେଶ ବିଦ୍ରୋହୀ କାର୍ଯ୍ୟକଳାପକୁ ଖୁବଶୀଘ୍ର ବନ୍ଦ କରାଯିବ।