ଇରାନରେ ଫସିଥିବା ଭାରତୀୟଙ୍କ ପାଇଁ ‘ଅପରେସନ ସିନ୍ଧୁ’ ଆରମ୍ଭ
ଅପରେସନ ସିନ୍ଦୁର ପରେ ଏବେ ଅପରେସନ ‘ସିନ୍ଧୁ’ । ଇରାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ବାହାର କରିବା ପାଇଁ ଏହି ମିଶନ ଆରମ୍ଭ କରାଯାଇଛି।
ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ପରେ ଏବେ ଅପରେସନ ‘ସିନ୍ଧୁ’ । ଭାରତ ଏବେ ଅପରେସନ ସିନ୍ଧୁ ଆରମ୍ଭ କରିଛି। ଏହି ମିଶନର ପାକିସ୍ତାନ ସହିତ କୌଣସି ସମ୍ପର୍କ ନାହିଁ। ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ପଡ଼ୋଶୀ ଦେଶ ଇରାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ବାହାର କରିବା ପାଇଁ ଏହି ମିଶନ ଆରମ୍ଭ କରାଯାଇଛି।
ଏହି ଅପରେସନର ପ୍ରଥମ ପର୍ଯ୍ୟାୟରେ ସୁରକ୍ଷିତ ଭାବରେ 110 ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଏବଂ ଆସନ୍ତାକାଲି 110 ଭାରତୀୟ ଦିଲ୍ଲୀ ପହଞ୍ଚିବା ନେଇ ସମ୍ଭାବନା ଅଛି ।
ଏହି ଅପରେସନ୍ ଅଧୀନରେ, ଇରାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ବାହାର କରାଯାଉଛି। ଭାରତ ସିନ୍ଧୁ ନଦୀର ଜଳ ପ୍ରବାହକୁ ବନ୍ଦ କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛି। ମିଶନ୍ ‘ଅପରେସନ୍ ସିନ୍ଧୁ’ର ନାମ ଏପରି ଯେ ଏହା ପଡ଼ୋଶୀ ଦେଶ ପାକିସ୍ତାନ ମୁଣ୍ଡ ଟିଣ କରିବ ନିଶ୍ଚିତ।
ଏପଟେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ତୀବ୍ରତର ହେଉଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାର ଏହାର ନାଗରିକମାନଙ୍କୁ ସୁରକ୍ଷା ପାଇଁ ସକ୍ରିୟ ପଦକ୍ଷେପ ନେଉଛନ୍ତି। ଦେଶବାସୀଙ୍କ ସୁରକ୍ଷା ଏବଂ ସ୍ୱାର୍ଥକୁ ସର୍ବୋପରି ରଖି, ଭାରତ ଇରାନରେ ଫସି ରହିଥିବା ଏହାର ଛାତ୍ର ଏବଂ ନାଗରିକମାନଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଏକ ରଣନୈତିକ ଯୋଜନା ପ୍ରସ୍ତୁତ କରିଛି।