POK-ପାକିସ୍ତାନରେ ଏୟାରଷ୍ଟ୍ରାଇକ ପରେ ଭାରତରେ ବିମାନବନ୍ଦର ବନ୍ଦ, ଏୟାରଲାଇନ୍ସ ବାତିଲ କଲା ଫ୍ଲାଇଟ୍ସ
‘ଅପରେସନ ସିନ୍ଦୂର’ ପରେ ଭାରତରେ ବିମାନବନ୍ଦର ବନ୍ଦ
ନୂଆଦିଲ୍ଲୀ: ଭାରତ ୭ ମେ’ରେ ୨ରୁ ୩ଟା ରାତି ମଧ୍ୟରେ ଏୟାର ଷ୍ଟାଇକ କରିଛି. ଭାରତୀୟ ବାୟୁସେନା ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀରରେ ପଶି ‘ଅପରେସନ ସିନ୍ଦୂର’ ଚଳାଇଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ପାକିସ୍ତାନ ଏବଂ ପିଓକରେ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିବା ଥିଲା।
ଅପରେସନ ସିନ୍ଦୂର ୨୨ ଅପ୍ରେଲ ୨୦୨୫ଦିନ ମଙ୍ଗଳବାର ଦିନ ଜମ୍ମୁ-କାଶ୍ମୀରର ପହଲଗାମରେ ବେସରନ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଜବାବ ଦେବା ଆରମ୍ଭ କରିଦେଇଛି, ଯେଉଁଥିରେ ୨୬ ଜଣ ମୃତ୍ୟୁବରଣ କରିଥିଲେ।
ଅପରେସନ ସିନ୍ଦୂର ଅନୁଯାୟୀ, ଭାରତ ପାକିସ୍ତାନରେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତାଇବାର ହେଡ୍ ଅଫିସକୁ ଟାର୍ଗେଟ କରିଛି। ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ ମଧ୍ୟରେ ଏୟାର ଇଣ୍ଡିଆ ନିଜ ଯାତ୍ରୀମାନଙ୍କୁ ନେଇ ଆଡଭାଇଜରୀ ଜାରି କରିଛି, ଯେଉଁଥିରେ ଆଜି ଦ୍ୱିପ୍ରହର ୧୨ଟା ପର୍ଯ୍ୟନ୍ତ ସାରା ଦେଶରେ ଏୟାର ଇଣ୍ଡିଆର ଫ୍ଲାଇଟ୍ସ ବାତିଲ ରହିବ।
ଇଣ୍ଡିଗୋ ଏବଂ ସ୍ପାଇସ ଜେଟ ଏୟାରଲାଇନ୍ସ ମଧ୍ୟ ନିଜ ଫ୍ଲାଇଟ୍ସ ବାତିଲ କରିଛି। ଉତ୍ତର ଭାରତର ବିମାନ ବନ୍ଦର ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ।
ପାକିସ୍ତାନ ଏବଂ POKରେ ଆତଙ୍କବାଦୀଙ୍କ ଶିବିର ଉପରେ ଭାରତୀୟ ସେନାର ଆକ୍ରମଣ ପରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ସ୍ପାଇସ ଜେଟ ଯାତ୍ରୀମାନଙ୍କ ପାଇଁ ଆଡଭାଇଜରୀ ଜାରି କରିଛି।
ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ଅନୁରୋଧ କରିଛି ଯେ, ଏୟାରପୋର୍ଟରେ ପହଞ୍ଚିବା ପୂର୍ବରୁ ଆଡଭାଇଜରୀ ପଢନ୍ତୁ।
ବିକାନେର, ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼, ଧର୍ମଶାଳା ସମେତ ଅନେକ ସହରର ଫ୍ଲାଇଟ ବାତିଲ କରାଯାଇଛି। ଭାରତୀୟ ସେନା ଦ୍ୱାରା ଅପରେସନ ସିନ୍ଦୂର ଆରମ୍ଭ କରାଯିବା ପରେ ଜମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖାରେ ଖୁବ ଗୁଳିବର୍ଷା ହେଉଛି।
In view of the prevailing situation, Air India has cancelled all its flights to and from the following stations – Jammu, Srinagar, Leh, Jodhpur, Amritsar, Bhuj, Jamnagar, Chandigarh and Rajkot – till 12 noon on 7 May, pending further updates from authorities.…
— Air India (@airindia) May 6, 2025