ଅପରେସନ ସିନ୍ଦୂର ନାରୀଶକ୍ତିର ପ୍ରତୀକ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଜମ୍ମୁ ଠାରୁ ଗୁଜୁରାଟ ସୀମା ସୁରକ୍ଷା ପ୍ରହରୀ ସାଜିଛନ୍ତି ବିଏସ୍ଏଫ୍ ମହିଳା।
ଭୋପାଳ: ପାକିସ୍ତାନ ଦେଖିଲା ନାରୀର ଶକ୍ତି କେତେ? ଅପରେସନ ସିନ୍ଦୂର ନାରୀ ଶକ୍ତିର ପ୍ରତୀକ। ଭୋପାଳରେ ନାରୀଶକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଅପରେସନ ସିନ୍ଦୂର ନାରୀଶକ୍ତିର ପ୍ରତୀକ କହିଲେ ପ୍ରଧାନମନ୍ତ୍ରୀ ମୋଦି।
ଜମ୍ମୁ ଠାରୁ ଗୁଜୁରାଟ ସୀମା ସୁରକ୍ଷା ପ୍ରହରୀ ସାଜିଛନ୍ତି ବିଏସ୍ଏଫ୍ ମହିଳା। ସୀମା ପାରରୁ ଆସୁଥିବା ଗୁଳିମାଡ଼ର ସେମାନେ ଉଚିତ୍ ଜବାବ ଦେଇଥିଲେ। ଆଜି ନକ୍ସଲ କିମ୍ୱା ସୀମା ପାର୍ ଆତଙ୍କୀ ଲଢ଼େଇ ସବୁଠି ଆମ ଝିଅ ସୁରକ୍ଷା ଢ଼ାଲ।
ଆଜି ୧୪୦ କୋଟି ଭାରତୀୟଙ୍କ ଗର୍ଜନ, ଗୁଳିର ଜବାବ, ଗୋଳାରେ ଦିଆଯିବ। ପହଲଗାମ ଆକ୍ରମଣ ଆମ ନାରୀଶକ୍ତି ପ୍ରତି ଥିଲା ଖୋଲା ଚ୍ୟାଲେଞ୍ଜ। ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାଙ୍କ ପାଇଁ କାଳ ସାଜିଲା। ଏହାର ଜବାବ ଆମେ ଦେଲୁ, ଘରେ ପଶି ଆମେ ମାରିଲୁ। ଆତଙ୍କବାଦ ଆଡ୍ଡାକୁ ସମ୍ପୂର୍ଣ୍ଣ ଧ୍ୱଂସ କଲୁ।