ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ ପ୍ରେସମିଟ୍ ଜାରି ରହିଛି। ଏଥିରେ ସୂଚନା ଦେଉଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। କର୍ଣ୍ଣେଲ ସୋଫିଆ କ୍ୟୁରେସି ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଏଥିସହ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ମଧ୍ୟ ଉପସ୍ଥିତ ଅଛନ୍ତି।
୨୨ ଅପ୍ରେଲ ୨୦୨୫ରେ ପହଲଗାମରେ ହୋଇଥିଲା ଆକ୍ରମଣ। ଏଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଭାରତ ଆଜି ଭୋରରୁ ଅପରେସନ ସିନ୍ଦୂରକୁ ଜାରି କରିଛି। ଏଥିରେ ୯ଟି ଆତଙ୍କୀବାଦୀଙ୍କ ଆଡ୍ଡା ବିଲୋପ ହୋଇଛି।
ଏହି ପ୍ରେସମିଟରେ କୁହାଯାଇଛି ଯେ, ପହଲଗାମ୍ ଆତଙ୍କୀ ଆକ୍ରମଣ ଅତ୍ୟନ୍ତ ବର୍ବର ଥିଲା। ପରିବାର ସାମ୍ନାରେ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଫେରିଯାଇ ଏହାର ବାର୍ତ୍ତା ଦେବାକୁ କୁହାଯାଇଥିଲା। ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜାମ୍ମୁ-କାଶ୍ମୀର ବିକାଶ ରୋକିବା। ସୀମାପାର ଆତଙ୍କବାଦ ପ୍ରକ୍ରିୟା ଜାରି ରଖିବା। ଆକ୍ରମଣର ତରିକା ମଧ୍ୟ ସାଂପ୍ରଦାୟିକ ଉତ୍ତେଜନା ପାଇଁ ଉଦ୍ଦିଷ୍ଟ ଥିଲା।
ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ବିଶ୍ୱରେ ପରିଚିତ। ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ଏବେ ବି ଭୂସ୍ୱର୍ଗ। ଆତଙ୍କବାଦ ବିରୋଧରେ ଆକ୍ରମଣ ଭାରତର ଅଧିକାର। ମିଳିତ ଜାତିସଂଘ ପାକିସ୍ତାନ ଆତଙ୍କୀ ରୋକିବାରେ ବିଫଳ। ତେଣୁ ଭାରତ ସରକାର ଆତଙ୍କବାଦୀଙ୍କୁ ଟାର୍ଗେଟ ଜାରି ରଖିଛନ୍ତି। ଆମେ କେବଳ ଆତଙ୍କୀଙ୍କ ଆଡ୍ଡାସ୍ଥଳ ଉପରେ ଆକ୍ରମଣ କରିଛୁ।