fbpx

ସରକାରଙ୍କ ସମ୍ପୂର୍ଣ୍ଣ ଅଧୀନକୁ ଆସିଲା ଓପିଜିସି

ଭୁବନେଶ୍ୱର, ୧୨ା୧୨ (ଓଡିଶା ଭାସ୍କର): ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ (ଓପିଜିସି)ର ୪୯% ଅଂଶଧନକୁ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡ (ଓଏଚପିସି) କିଣିଛି । ଏହାଦ୍ୱାରା ଓପିଜିସି ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଅଧୀନକୁ ଆସିଯାଇଛି । ପୂର୍ବରୁ ଏଇଏସ କମ୍ପାନୀ ପାଖରେ ଉକ୍ତ ୪୯% ଅଂଶଧନ ରହିଥିଲା । ସୂଚନାଯୋଗ୍ୟ ଯେ, ଏଇଏସ ହେଉଛି ଏକ ଆମେରିକୀୟ କମ୍ପାନୀ । ତେବେ ଏଇଏସର ଅଂଶଧନ ବାଦକୁ ୧୦୨୦ ଟଙ୍କା ଦିଆଯାଇଥିବା ଜଣାପଡ଼ିଛି । ଓପିଜିସିରେ ଥିବା ଏଇଏସର ସମସ୍ତ ନିର୍ଦ୍ଦେଶକ ଇସ୍ତଫା ଦେଇଛନ୍ତି ।

Get real time updates directly on you device, subscribe now.