fbpx

ରାଜ୍ୟରେ କରୋନା ନେଲା ୪ ଜୀବନ, ୩୩୫ ଆକ୍ରାନ୍ତ

ଭୁବନେଶ୍ୱର, ୧୨ା୧୨ (ଓଡିଶା ଭାସ୍କର): ରାଜ୍ୟରେ କରୋନାରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ଏଥିସହ ଆଉ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଦ୍ୱାରା ରାଜ୍ୟର ମୋଟ ମୃତ୍ୟୁସଂଖ୍ୟା ୧୮୦୨ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ୧୯୩ ସଙ୍ଗରୋଧ ଓ ୧୪୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ର ୨, ମାଲକାନଗିରି ଓ ବାଲେଶ୍ୱରରୁ ୧ ଜଣ ମୃତ୍ୟୁବରଣ କରିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୫୨, ଖୋର୍ଦ୍ଧାରୁ ୩୧, ମୟୁରଭଞ୍ଜରୁ ୨୯, ବାଲେଶ୍ୱରରୁ ୨୬, ଅନୁଗୁଳ ଓ ଝାରସୁଗୁଡ଼ାରୁ ୨୫ ଲେଖାଏଁ, କଟକରୁ ୨୦, କେନ୍ଦୁଝରରୁ ୧୪, ବଲାଙ୍ଗିରରୁ ୧୧, ପୁରୀରୁ ୧୫, ଯାଜପୁରରୁ ୯, ଜଗତସିଂହପୁରରୁ ୭ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟର ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୬୪କୁ ବୃଦ୍ଧି ପାଇଛି । ସୁସ୍ଥ ସଂଖ୍ୟା ୩ ଲକ୍ଷ ୧୮ ହଜାର ୨୭୮ ଓ ଚିକିତ୍ସିତଙ୍କ ସଂଖ୍ୟା ୩ ହଜାର ୨୩୧ ରହିଛି ।

Get real time updates directly on you device, subscribe now.