ନୂଆଦିଲ୍ଲୀ : ୫ ସେପ୍ଟେମ୍ବରକୁ ସାରା ଦେଶରେ ଶିକ୍ଷକ ଦିବସ ଭାବରେ ପାଳନ କରାଯାଏ । ସବୁ ନେତା ମନ୍ତ୍ରୀମାନେ ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ଯେଉଁ ଶୁଭେଚ୍ଛା ଦେଇଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରାହୁଲ ଗାନ୍ଧୀ ଗୁରୁ ଦିବସ ଶୁଭେଚ୍ଛାରେ କହିଥିଲେ ବିରୋଧି ମଧ୍ୟ ମୋର ଗୁରୁ ।
ରାହୁଲ ଗାନ୍ଧୀ ନିଜ ଫେସବୁକ ପେଜରେ ଗୁରୁ ଦିବସର ଶୁଭେଚ୍ଛା ଦେଇ ଲେଖିଛନ୍ତି –‘ରାଷ୍ଟ୍ରିୟ ଶିକ୍ଷକ ଦିବସ ଅବସରରେ ମୋର ସବୁ ଶିକ୍ଷକମାନଙ୍କୁ ସାଦର ନମସ୍କାର । ଭାରତର ପୂର୍ବ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି । ଗୁରୁର ସ୍ଥାନ ସବୁବେଳେ ଉଚ୍ଚରେ ଥାଏ, ଯାହା ଆପଣଙ୍କ ଜୀବନର ମର୍ଗକୁ ଆଗକୁ ନେଇଥାଏ, ଠିକ ରାସ୍ତାରେ ଚାଲିବାକୁ ପ୍ରେରଣା ଦେଇଥାନ୍ତି । ମହାତ୍ମା ଗାନ୍ଧୀ, ଗୌତମ ବୁଦ୍ଧ, ଶ୍ରୀ ନାରାୟଣ ଗୁରୁଙ୍କ ପୁରୁଷଙ୍କୁ ଗୁରୁ ପରି ମାନୁଛି, ସମସ୍ତଙ୍କର ସମାଜରେ ସମାନ ସ୍ଥାନ ରହିଛି ।’
ରାହୁଲ ଗାନ୍ଧୀ ତାଙ୍କ ପୋଷ୍ଟରେ ଆଗକୁ ଲେଖିଛନ୍ତି, ‘ଭାରତର ଲୋକମାନଙ୍କୁ ମଧ୍ୟ ଗୁରୁ ଭାବେ, ଯିଏ ଆମ ଦେଶରେ ବିଭିନ୍ନତା ମଧ୍ୟରେ ଏକତାର ଉଦାହରଣ, ନିଜର ବିରୋଧି ମାମଙ୍କୁ ମୁଁ ଗୁରୁ ବୋଲି ଭାବେ କାରଣ ତାଙ୍କ ଆଚରଣ, ମିଛ ଦ୍ୱାରା ମତେ ଶିକ୍ଷା ମିଳିଥାଏ ।’
ଭାରତର ର୍ପୂବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜୟନ୍ତୀକୁ ସାରା ଦେଶରେ ଶିକ୍ଷକ ଦିବସ ଭାବରେ ପାଳନ କରାଯାଏ । ସେ ଜଣେ ଶିକ୍ଷକ, ଜଣେ ଦାର୍ଶନୀକ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।