fbpx

ମାତ୍ର ୪୦ ହଜାର ଟଙ୍କାରେ ମିଳୁଛି ୧୦ ଗ୍ରାମ ସୁନା: କିନ୍ତୁ ମାନିବାକୁ ୩ଟି ବଡ଼ ସର୍ତ୍ତ

ନୂଆଦିଲ୍ଲୀ: ଗରିବ ଠାରୁ ଆରମ୍ଭ କରି ଧନୀ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ସୁନା କିଣିବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ମହିଳାମାନେ ଅତ୍ୟଧିକ ମାତ୍ରାରେ ସୁନାପ୍ରିୟ ହୋଇଥାନ୍ତି । ସୁନା ଶରୀରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ଏହା ମଧ୍ୟ ଏକ ଭଲ ନିବେଶ ବିକଳ୍ପ । ଦିନକୁ ଦିନ କ୍ରମାଗତ ଭାନେ ସୁନାର ଦର ବଢ଼ିବାରେ ଲାଗିଥିବାରୁ ଅନେକ ଲୋକ ଏବେ ଅଧିକ ମାତ୍ରାରେ ସୁନା କିଣୁଥିବା ଦେଖାଯାଉଛି ।

ଗତ ୨୦୨୦ ମସିହା ଜାନୁଆରୀ ମାସରେ ୧୦ ଗ୍ରାମର ସୁନା ଦର ୪୦ ହଜାର ଟଙ୍କା ରହିଥିବା ବେଳେ ବର୍ତ୍ତମାନ ସମୟରେ ତାହା ପାଖାପାଖି ୬୦ ହଜାର ଟଙ୍କାରେ ପହଞ୍ଚି ଯାଇଛି । ଅର୍ଥାତ ୩ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ୫୦ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଯଦି ଆପଣମାନେ ଶସ୍ତାରେ ସୁନା କିଣିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ପାଇଁ ରହିଛି ଏକ ବଢ଼ିଆ ସୁଯୋଗ । ମାତ୍ର ଏଥିପାଇଁ ଆପଣଙ୍କୁ ୩ଟି ସର୍ତ୍ତ ମାନିବାକୁ ପଡ଼ିବ ।

ଆପଣମାନେ ଚାହିଁଲେ ୬୦ ହଜାର ନୁହେଁ, ବରଂ ୪୦ ହଜାର ଟଙ୍କା ଦେଇ ଶସ୍ତାରେ ସୁନା କିଣିପାରିବେ । ମାତ୍ର ଏଥିପାଇଁ ଆପଣଙ୍କୁ ଦେଶ ବାହାରକୁ ଯିବାକୁ ପଡ଼ିବ । ଯଦି ଆପଣମାନେ ଭାବୁଥାନ୍ତି ଏଥିପାଇଁ ଦୁବାଇ ଯିବାକୁ ପଡ଼ିବ, ତେବେ ତାହା ଭୁଲ । ଆପଣମାନେ ଭୁଟାଇ ଯାଇ ଶସ୍ତା ସୁନା କିଣିପାରିବେ । ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ପାଇଁ ଭୁଟାନ ସରକାର ଲୋକଙ୍କୁ ଶସ୍ତାରେ ସୁନା ବିକ୍ରି କରୁଛନ୍ତି । ସେଥିପାଇଁ ଭୁଟାନ ସରକାର ୩ଟି ବଡ଼ ସର୍ତ୍ତ ରଖିଛନ୍ତି ।

ସର୍ତ୍ତ-୧: ଭୁଟାନରୁ ଶସ୍ତାରେ ସୁନା କିଣିବାକୁ ହେଲେ ଆପଣଙ୍କୁ ସେଠାକାର କୌଣସି ଏକ ହୋଟେଲରେ ଅତିକମରେ ଗୋଟିଏ ଦିନ ରହିବାକୁ ପଡ଼ିବ । ଉକ୍ତ ହୋଟେଲ ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ହୋଇଥିବା ଦରକାର । ସର୍ତ୍ତ-୨: ଦୈନିକ ୧୨୦୦ ଟଙ୍କା ହିସାବରେ ଆପଣ ଭୁଟାନ ସରକାରଙ୍କୁ ସଷ୍ଟେନେବଲ ଡେଭଲପମେଣ୍ଟ ଫିସ୍ ଦେବାକୁ ପଡ଼ିବ । ସର୍ତ୍ତ-୩: ଯଦି ଆପଣମାନେ ପ୍ରଥମ ଦୁଇଟି ସର୍ତ୍ତକୁ ଭୁଟାନରେ ବୁଲିବା ସମୟରେ ପୂରଣ କରିଦେବେ ତେବେ ଏହାପରେ ଆପଣଙ୍କୁ ଆମେରିକୀୟ ଡଲାରରେ ସୁନା କିଣିବାକୁ ପଡ଼ିବ । ବୈଦେଶିକ ମୁଦ୍ରାକୁ ପ୍ରଧାନ୍ୟ ଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.