fbpx

ବିନା ପରୀକ୍ଷାରେ ଭାରତୀୟ ରେଲୱେରେ ଚାକିରି ପାଇବାର ସୁଯୋଗ, ଦରମା ୩୦୦୦୦

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତୀୟ ରେଲରେ ଚାକିରି କରିବାକୁ ଆଶାୟୀମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଉତ୍ତରପୁର୍ବ ରେଲୱେର ଜୁନିଅର ଟେକନିକାଲ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଶାୟୀ ପ୍ରାର୍ଥୀମାନେ ଉତ୍ତରପୁର୍ବ ରେଲୱେର ner.indianrailways.gov.in ରେ ଯାଇ ଅନଲାଇନ୍ ଆବେଦନ କରିପାରିବେ। ଏଥି ପାଇଁ ଆବେଦନ ୨୨ ଜୁନ୍‌ରୁ ଆରମ୍ଭ ହୋଇଯାଇଛି।

ଏହି ନିଯୁକ୍ତି ପ୍ରକ୍ରିୟାରେ ଜୁନିଅର ଟେକ୍ନିକାଲ୍ ଆସୋସିଏଟ୍ ବିଭିନ୍ନ ବିଭାଗରେ ନିଯୁକ୍ତ ହେବ। ଯୋଗ୍ୟ ପ୍ରାର୍ଥୀମାନେ ୦୫ ଜୁଲାଇ ୨୦୨୨ କିମ୍ବା ପୂର୍ବରୁ ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ କରିପାରିବେ।

ଖାଲିଥିବା ପଦବୀ:

ଜୁନିଅର ଟେକ୍ନିକାଲ୍ ଆସୋସିଏଟ୍: ୧୫ ଟି।
ଜୁନିଅର ଟେକ୍ନିକାଲ୍ ଆସୋସିଏଟ୍ (ଇଲେକ୍ଟ୍ରିକାଲ୍/ଟିଆରଡି): ୨ ଟି।
ଜୁନିଅର ଟେକ୍ନିକାଲ୍ ଆସୋସିଏଟ୍: ୩ ଟି।
ମୋଟ ପଦବୀ – ୨୦ ଟି।

ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା।

ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ପ୍ରାସଙ୍ଗିକ କ୍ଷେତ୍ରରେ ତିନି ବର୍ଷର ଡିପ୍ଲୋମା କିମ୍ବା ଚାରି ବର୍ଷ ଡିଗ୍ରୀ ପାଠ୍ୟକ୍ରମ ପୁରଣ କରିଥିବା ଆବଶ୍ୟକ। ଗେଟେ୍ ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ଯଦି ଆମେ ବୟସ ସୀମା ବିଷୟରେ କଥା ହେବା, ତେବେ ଆବେଦନକାରୀଙ୍କ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଏବଂ ୦୧ ଜୁଲାଇ ୨୦୨୨ ପରି ସର୍ବାଧିକ ୩୩ ବର୍ଷ ହେବା ଉଚିତ୍। ଅବଶ୍ୟ, ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁଯାୟୀ ଉଚ୍ଚ ବୟସ ସୀମାରେ କୋହଳ ପ୍ରଦାନ କରାଯିବ।
ଚୟନ ପ୍ରକ୍ରିୟା।

ଚୟନ ପ୍ରକ୍ରିୟାରେ ଗେଟ୍‌ରେ ଶତକଡା/୫୫ ମାର୍କର ଦକ୍ଷତା, ୩୦ ମାର୍କର ଅଭିଜ୍ଞତା ଏବଂ ସାକ୍ଷାତକାରକୁ ନେଇ ୧୫ ମାର୍କ ଅକଳନ ହେବ। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ।

ମିଳିବ ଏତିକି ଦରମା।

x ଶ୍ରେଣୀ ପାଇଁ – ୨୫୦୦୦ ଟଙ୍କା।
y ଶ୍ରେଣୀ ପାଇଁ – ୨୭୦୦୦ ଟଙ୍କା।
z ଶ୍ରେଣୀ ପାଇଁ – ୩୦୦୦୦ ଟଙ୍କା।

 

Get real time updates directly on you device, subscribe now.