fbpx

ହେଲମେଟ ନପିନ୍ଧିଥିବାରୁ ଧରିଲା ଟ୍ରାଫିକ୍ ପୋଲିସ: ଫାଇନ୍ ଗଣିଲେ ଗଣଶିକ୍ଷା ମନ୍ତ୍ରୀ ଓ ବାଲେଶ୍ୱର ବିଧାୟକ

ବାଲେଶ୍ୱର: ରାସ୍ତାରେ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଅନେକ ଟ୍ରାଫିକ୍ ନିୟମ ରହିଛି, ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏବେ ହେଲମେଟ ଚେକିଂକୁ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଧାୟକ ସ୍ୱରୂପ ଦାସଙ୍କୁ ଧରିଛି ଟ୍ରାଫିକ୍ ପୋଲିସ । ବିନା ହେଲମେଟରେ ବାଇକରେ ଯାଉଥିବାରୁ ଉଭୟଙ୍କ ଉପରେ ଲାଗିଛି ଜରିମାନା ।

ହେଲମେଟ୍ ନପିନ୍ଧିବାରୁ ୧୦୦୦ ଫାଇନ ଗଣିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଧାୟକ ସ୍ୱରୂପ ଦାସ । ବାଇକ ମାଲିକଙ୍କ ନାଁରେ ଚାଲାଣ କଟାଯିବାରୁ ବିଧାୟକ ଫାଇନ୍ ଦେଇଛନ୍ତି । ବାଲେଶ୍ୱର ହେମକାପଦା ଛକରେ ହେଲମେଟ ଯାଞ୍ଚ ବେଳେ ଉଭୟ ଧରାପଡିଥିଲେ ।

ସୂଚନା ଅନୁସାରେ, ମନ୍ତ୍ରୀ ସମୀର ଦାଶଙ୍କୁ ବାଇକ ପଛରେ ବସାଇ ବୁଲାଉଥିଲେ ବିଧାୟକ ସ୍ୱରୂପ ଦାସ । ବିଭିନ୍ନ ସ୍କୁଲକୁ ଯାଞ୍ଚ ପାଇଁ ଯିବା ବେଳେ ଟ୍ରାଫିକରେ ସେମାନେ ଧରାପଡିଥିଲେ । ଉଭୟ ହେଲମେଟ୍ ବ୍ୟବହାର କରିନଥିବାରୁ ସେମାନଙ୍କ ଉପରେ ଜରିମାନା ଲାଗିଛି । ବାଇକ ମାଲିକଙ୍କ ନାଁରେ ୧ ହଜାର ଟଙ୍କା ଚାଲାଣ କାଟିଥିଲା ଟ୍ରାଫିକ୍ ପୋଲିସ । ପରେ ଟ୍ରାଫିକ୍ ଥାନାରେ ପହଞ୍ଚି ୧ ହଗଜାର ଟଙ୍କା ଫାଇନ୍ ଦେଇଥିଲେ ବିଧାୟକ ।

Image

Get real time updates directly on you device, subscribe now.