fbpx

ଲାଙ୍ଗୁଏଜ ଅଫିସର ପଦ ପାଇଁ ଆବେଦନ ଆରମ୍ଭ: ଆଇନ ବିଭାଗରେ ନିଯୁକ୍ତି ପାଇବେ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟ ସରକାରଙ୍କ ଆଇନ ବିଭାଗ ଅଧିନରେ ଭାଷା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ମାର୍ଚ୍ଚ ମାସ ୧୫ ତାରିଖରୁ ଏପ୍ରିଲ ମାସ ୧୫ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ । ପ୍ରାର୍ଥୀଙ୍କୁ ୩୫,୪୦୦ ପେ’ ସ୍କେଲରେ ବେତନ ପ୍ରଦାନ କରାଯିବ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏନେଇ ଗତ ମାସରେ ବିଜ୍ଞପ୍ତି ଜାରି କରାଯାଇ ଥିବା ବେଳେ ଏହା ମଧ୍ୟରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ସମସ୍ତ ପଦ ଅଣସଂରକ୍ଷିତ ଓ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ୨୦୨୪ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ସୀମା ୨୧ ଓ ସର୍ବାଧିକ ବୟସସୀମା ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ବିଷୟ ଥାଇ ସ୍ନାତକ କିମ୍ବା ଓଡ଼ିଆ ଅନର୍ସରେ ସ୍ନାତକ କିମ୍ବା ସ୍ନାତକ ସହ ଇଂରାଜୀ ବିଷୟ ରଖିଥିବେ ଓ ଆଇନରେ ସ୍ନାତକ ପାସ୍ କରିଥିବେ । ଲିଖିତ ପରୀକ୍ଷା ଓ ସାକ୍ଷାତକାର ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରଯିବ । ଏଥିପାଇଁ ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫିସ୍ ଦେବାକୁ ପଡ଼ିବ ନାହିଁ । ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ପ୍ରାର୍ଥୀମାନେ ଏନେଇ ଅଧିକ ତଥ୍ୟ ପାଇ ପାରିବେ ।

Get real time updates directly on you device, subscribe now.