fbpx

OPSC ଲିଷ୍ଟ ଜାରି କଲା: ମୋଟ ୩୨ ଜଣ AEE-ସିଭିଲ ଓ AEE-ମେକାନିକାଲ ପ୍ରାର୍ଥୀଙ୍କର ଆବେଦନ ରିଜେକ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ସହକାରୀ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର (ସିଭିଲ) ପଦ ଓ ସହକାରୀ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର (ମେକାନିକାଲ) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେନେଇ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିଲେ । ତେବେ ଏହି ଦୁଇଟି ପଦ ପାଇଁ ଆବେଦନ କରିଥିବା କିଛି ପ୍ରାର୍ଥୀଙ୍କର ଆବେଦନ ରିଜେକ୍ଟ ହୋଇଯାଇଛି ।

ସହକାରୀ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର (ସିଭିଲ) ପଦ ପାଇଁ ଆବେଦନ କରିଥିବା ୧୮ଟି ଆପ୍ଲିକେସନ ଓ ସହକାରୀ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର (ମେକାନିକାଲ) ପଦ ପାଇଁ ଆବେଦନ କରିଥିବା ୧୪ଟି ଆପ୍ଲିକେସନ ରିଜେକ୍ଟ ହୋଇଯାଇଛି । ଏନେଇ ମୋଟ ୩୨ଟି ରିଜେକ୍ଟ ଆପ୍ଲିକେସନକୁ ନେଇ ଓପିଏସସି ପକ୍ଷରୁ ପ୍ରାର୍ଥୀଙ୍କର ଲିଷ୍ଟ ଜାରି କରାଯାଇଛି । ଏହି ଦୁଇ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

Get real time updates directly on you device, subscribe now.