fbpx

ଜୁନ୍ ୨୨ରେ OJS-୨୦୨୩ ପ୍ରିଲିମ୍ସ: ପରୀକ୍ଷାର କାର୍ଯ୍ୟସୂଚୀ ଜାରି କଲା OPSC

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତ ୨୨ ତାରିଖ (ରବିବାର) ଦିନ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ) ୨୦୨୩ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ନିକଟରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏବେ ପରୀକ୍ଷାର ସବିଶେଷ କାର୍ୟ୍ୟସୂଚୀ ଜାରି କରାଯାଇଛି । ଅପରାହ୍ଣ ୩ଟାରୁ ୪.୩୦ ପର୍ୟ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପିଡବ୍ଲ୍ୟୁଡି ପ୍ରାର୍ଥୀମାନେ ୩ଟାରୁ ୫ଟା ପର୍ୟ୍ୟନ୍ତ ପରୀକ୍ଷା ଦେଇ ପାରିବେ । ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ଜୋର ବିଭିନ୍ନ ପରୀକ୍ଷା କେନ୍ଦ୍ରମାନଙ୍କରେ ପ୍ରାର୍ଥୀମାନେ ପରୀକ୍ଷା ଦେଇ ପାରିବେ । ସମସ୍ତ କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ପ୍ରାର୍ଥୀଙ୍କ ସଂଖ୍ୟା ଅଲଗା ଅଲଗା ରହିଛି । ଆସନ୍ତା ୧୫ ତାରିଖ ପରଠାରୁ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ସୂଚନାଯୋଗ୍ୟ ଯେ, ଜୁନ ୨୩ରେ ପରୀକ୍ଷା ଆୟୋଜିତ ହେବା ପାଇଁ ପ୍ରଥମେ ଦିନ ଧାର୍ୟ୍ୟ ହୋଇଥିଲା । ପରେ ତାହା ଜୁନ୍ ୨୨କୁ ଘୁଞ୍ଚାଇ ଦିଆଯାଇଥିଲା । ମୋଟ ୨୪ଟି ସିଭିଲ ଜଜ୍ (ଜୁନିୟର ଡିଭିଜନ) ପଦ ପୂରଣ ପାଇଁ ପୂର୍ବରୁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଗତ ମାର୍ଚ୍ଚ ୨୦ରୁ ଏପ୍ରିଲ ୨୦ ପର୍ୟ୍ୟନ୍ତ ଏନେଇ ଆବେଦନ ଚାଲିଥିଲା । ପ୍ରିଲିମିନାରୀ ଲିଖିତ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.