fbpx

ଅଧିକ ଘନୀଭୂତ ହେଲା ଲଘୁଚାପ : ରାଜ୍ୟର ଏହି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଉପକୂଳ, ଉତ୍ତର ପୂର୍ବ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରବଳ ବର୍ଷା ନେଇ ୫ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ବରଗଡ, ସୋନପୁର, ବଲାଙ୍ଗୀର, ଅନୁଗୁଳ, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ହେବାକୁ ଥିବା ବେଳେ ୩ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାରେ ୭୦ରୁ ୧୦୦ମିମି ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ଲାଗି ରହିଛି ।

ସୋମବାର ଚାନ୍ଦବାଲିରେ ୯୭ମିମି, କଟକରେ ୯୫ମିମି, ରାୟଗଡା ଓ ପାରଳାଖେମୁଣ୍ଡିରେ ୯୪ମିମି, କୋରାପୁଟରେ ୯୨ମିମି, ଟିଟିଲାଗଡରେ ୯୦ମିମି, ଭୁବନେଶ୍ୱରରେ ୮୮ମିମି, ହୀରାକୁଦରେ ୮୮ମିମି, ଗୋପାଳପୁରରେ ୮୭ମିମି, ସମ୍ବଲପୁରରେ ୮୭ମିମି, ସୋନପୁରରେ ୮୭ମିମି, ଦାରିଙ୍ଗିବାଡିରେ ୮୭ମିମି, ଭବାନୀପାଟଣାରେ ୯୧ମିମି ଓ କେନ୍ଦ୍ରାପଡାରେ ୯୧ମିମି ବର୍ଷା ରେକର୍ଡ ହୋଇଛି । ସେପ୍ଟେମ୍ବର ମାସରେ ରାଜ୍ୟର ବିଭିନ୍ନଜିଲ୍ଲାରେ ଭଲ ବର୍ଷା ହୋଇଥିବା ବେଳେ ଝାରସୁଗୁଡା, ନୂଆପଡା, କଳାହାଣ୍ଡୀ, ରାୟଗଡା, କୋରାପୁଟ, ଢ଼େଙ୍କାନାଳ ଓ କଟକରେ ସ୍ୱାଭାବିକ ତୁଳନାରେ ଅଧିକା ବର୍ଷା ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.