31 ତାରିଖ ଯାଏଁ ପ୍ରବଳ ବର୍ଷିବ, ଆଜି ପାଇଁ 4 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
ବର୍ଷା ନେଇ ଆଜି 4 ଜିଲ୍ଲାକୁ ଅରେଞ୍ଜ ଏବଂ 19 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ।
ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଛି । ତେବେ ଆସନ୍ତା 31 ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
4 ଜିଲ୍ଲାକୁ ଓ୍ବାର୍ଣ୍ଣିଂ- ତେବେ ଲଗାତାର 4 ଦିନ ଯାଏଁ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରବଳ ବର୍ଷା ପାଇଁ 4 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଏବଂ 19 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
କେଉଁ ସ୍ଥାନରେ ଅଧିକ ବର୍ଷା ହେବ-ଜଗତସିଂହପୁର,କେନ୍ଦ୍ରାପଡାମ, ଯାଜପୁର ଏବଂ କଟକକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସହିତ ଦଲକା ପବନ ମଧ୍ୟ ବୋହିପାରେ ବୋଲି କୁହାଯାଇଛି ।
ତେବେ କେବଳ ମେ ରେ ନୁହେଁ ଜୁନରେ ମଧ୍ୟ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ ପୁରା ଓଡ଼ିଶାରେ ପ୍ରବେଶ କରିବା ନେଇ କୁହାଯାଇଛି ।
ଆଇଏମଡିର ପୂର୍ବାନୁମାନ ଅନୁସାରେ, ଏଥର ଦକ୍ଷିଣ ଭାରତର କିଛି ସ୍ଥାନ, ଉତ୍ତର ପଶ୍ଚିମ ଏବଂ ଉତ୍ତର ପୂର୍ବ ଭାରତର କିଛି ସ୍ଥାନରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇପାରେ । ଏହାକୁ ଛାଡିଦେଲେ ଭାରତର ସବୁ ସ୍ଥାନରେ ଅଧିକ ବର୍ଷା ହେବା ନେଇ କୁହାଯାଇଛି ।
ତେବେ ଆସନ୍ତା 4 ଦିନ ଯାଏଁ ପ୍ରବଳ ବର୍ଷା ହୋଇପାରେ ବୋଲି ଏସଆରସି ସତର୍କତା ଜାରି କରିଛି ।