fbpx

ଅନଲାଇନରେ ଅର୍ଡର୍ କରିଥିଲେ ମୋବାଇଲ୍ ଫୋନ୍, ହେଲେ ବକ୍ସ ଭିତରୁ ବାହାରିଲା ଇଟା ଖଣ୍ଡ; ଦେଖନ୍ତୁ ଭିଡିଓ

Advertisement

ନୂଆପଡ଼ା(ଓଡ଼ିଶା ଭାସ୍କର): ଅନଲାଇନରେ ମୋବାଇଲ ଅର୍ଡ଼ର କରିଥିଲେ, ହେଲେ ମୋବାଇଲ ବଦଳରେ ମିଳିଲା ଇଟା ଖଣ୍ଡ । ସିସିଟିଭିରେ କଏଦ ହୋଇଛି ଏହି ଦୃଶ୍ୟ । ସିସିଟିଭି ଫୁଟେଜ୍ ରେ ଦେଖିବାକୁ ମିଳିଛି ଯେ, ମୋବାଇଲ ବକ୍ସକୁ କିଛି ଯୁବକ ଖୋଲିଛନ୍ତି, କିନ୍ତୁ ବକ୍ସ ଖୋଲିଲା ବେଳକୁ ଇଟା ଖଣ୍ଡ ଦେଖି ସମସ୍ତେ ଚମକି ପଡ଼ିଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳର ଦିଗମ୍ବର ମେହେରଙ୍କ ଦୋକାନର ଦୃଶ୍ୟ । ତାଙ୍କ ନାଁ ରେ ଏକ ପାର୍ସଲ ଆସିଥିଲା । ସେ ୯୫୦୦ ଟଙ୍କାର ଏକ ପକୋ ସି ଥ୍ରୀ ୱାନ ମୋବାଇଲ ଫ୍ଲିପକାର୍ଟରୁ ଅନଲାଇନ ଅର୍ଡ଼ର କରିଥିଲେ । ହେଲେ ମୋବାଇଲ ବଦଳରେ ଆସିଛି ଏ ଇଟା ଖଣ୍ଡ । ଯାହା ଦେଖି ସମସ୍ତଙ୍କ ହୋସ୍ ଉଡ଼ି ଯାଇଛି ।

 

 

Get real time updates directly on you device, subscribe now.