fbpx

ଆମାଜନରୁ ଅର୍ଡର୍ କରିଥିଲେ ପାସପୋର୍ଟ କଭର୍, କମ୍ପାନୀ ପଠାଇଦେଲା ଜଣେ ବ୍ୟକ୍ତିଙ୍କ ପାସପୋର୍ଟ

ନୂଆଦିଲ୍ଲୀ: କେରଳର ୱାଇନାଡ୍ ଜିଲ୍ଲାରେ ଗମ୍ଭୀର ଅବହେଳାର ଖବର ସାମନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ଇ-କମର୍ସ କମ୍ପାନୀ ଆମାଜନ୍ ରୁ ପାସପୋର୍ଟ କଭର୍ ଅର୍ଡର୍ କରିଥିଲେ । ହେଲେ କମ୍ପାନୀ ଜଣେ ବ୍ୟକ୍ତିଙ୍କର ଓରିଜିନାଲ୍ ପାସପୋର୍ଟ ପଠାଇଦେଲା । ପ୍ରଥମେ ତ ଅର୍ଡର୍ କରିଥିବା ବ୍ୟକ୍ତି ଭାବିଥିଲେ ଯେ, ଏହା ଏକ ଡମି ପାସପୋର୍ଟ ହୋଇଥିବ । ହେଲେ ଯେତେବେଳେ ପାସପୋର୍ଟଟିକୁ ଭଲ ଭାବରେ ଚେକ୍ କରିଥିଲେ ତାଙ୍କ ହୋସ୍ ଉଡ଼ିଯାଇଥିଲା ।

ସୂଚନା ଅନୁସାରେ, ୱାଇନାଡ୍ ର କନିୟାମ୍ବେଟ୍ଟା ଗାଁରେ ରହୁଥିବା ମିଥୁନ୍ ବାବୁ ଇ-କମର୍ସ କମ୍ପାନୀ ଆମାଜନ୍ ରୁ ଅକ୍ଟୋବର ୩୦ ତାରିଖରେ ପାସପୋର୍ଟ କଭର୍ ଅର୍ଡର୍ କରିଥିଲେ । ଦୁଇ ଦିନ ପରେ କମ୍ପାନି ପକ୍ଷରୁ ତାଙ୍କ ଘରକୁ ପାସପୋର୍ଟ କଭର୍ ର ହୋମ୍ ଡେଲିଭେରୀ ହୋଇଥିଲା । ହେଲେ ଏହା ସହିତ ଏକ ପାସପୋର୍ଟ ମଧ୍ୟ ଆସିଥିଲା । ମିଥୁନ୍ ବାବୁ ପ୍ରଥମେ ଏହାକୁ ଏକ ଡମି ପାସପୋର୍ଟ ବୋଲି ଭାବିଥିଲେ । ହେଲେ ଯେତେବେଳେ ସେ ଧ୍ୟାନ ଦେଇ ଦେଖିଥିଲେ ତାପରେ ସେ ଜାଣିବାକୁ ପାଇଥିଲେ ଯେ, ପାସପୋର୍ଟ ଟି ପଡୋଶୀର ତ୍ରିଶୁରରେ ରହୁଥିବା ଜଣେ ବ୍ୟକ୍ତିଙ୍କର ଥିଲା ।

ତେବେ ମିଥୁନ ବାବୁ ଏନେଇ କମ୍ପାନୀର କଷ୍ଟମର୍ କେୟାର୍ କୁ ଜଣାଇଥିଲେ ଓ କମ୍ପାନୀ ପକ୍ଷରୁ ଆଗକୁ ଏ ଦିଗରେ ଧ୍ୟାନ ଦେବା ନେଇ କହିଥିଲେ । ଏହାପରେ ପାସପୋର୍ଟରେ ଲେଖାଥିବା ଠିକଣାରେ ପାସପୋର୍ଟ ମାଲିକ ମହମ୍ମଦ୍ ସାଲିହ ସହିତ ଯୋଗାଯୋଗ କରି ତାକୁ ତାହା ହସ୍ତାନ୍ତର କରାଯାଇଥିଲା ।

Get real time updates directly on you device, subscribe now.