fbpx

ମାଡ ଖାଇଗଲା ଅନଲାଇନ୍ ଅର୍ଡର! ମଗାଇଥିଲେ ସୁନା, ଆସିଲା ପିତ୍ତଳ

ଆଜିକାଲି ଦୁନିଆରେ ଅନଲାଇନରେ ସବୁକିଛି ମିଳିଗଲାଣି । ଲୋକେ ଆଉ ବାହାରକୁ ଯାଇ ଦୋକାନରୁ କିଣିବା ପସନ୍ଦ କରୁନାହାନ୍ତି । କିନ୍ତୁ ଅନେକ ସମୟରେ ଲୋକେ ଅନଲାଇନରେ କିଛି ଅର୍ଡର କରିଥାନ୍ତି, ଡେ଼ଲିଭର ହୁଏ କିଛି ଅଲଗା । ଏଥିରେ ଆପଣ ନିରାଶ ହେବା ସହ ଠକାମିର ବି ଶିକାର ହୁଅନ୍ତି । ସେହିପରି ଉତ୍ତରପ୍ରଦେଶ ମଥୁରା ସହରରେ ଏକ ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ସେଠାରେ କିଛି ଲୋକେ ଅନଲାଇନରେ ସୁନାର ଇଟା ବା ବିସ୍କୁଟ ଅର୍ଡ଼ର କରିଥିଲେ । ମାତ୍ର ପ୍ୟାକେଜ ଖୋଲି ଦେଖିବାରୁ ଲୋକଙ୍କ ହୋସ ଉଡ଼ିଯାଇଥିଲା । ପ୍ୟାକେଜରେ ସୁନାର ଇଟା ବଦଳରେ ମିଳିଥିଲା ପିତ୍ତଳର ଇଟା । ଏହାପରେ ଏହି ଘଟଣା ବିଷୟରେ ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଠକାମିର ମାମଲା ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।


ପରେ ଶେରଗଡ଼ ପୋଲିସ ଠକାମିର କାମ କରୁଥିବା ତିନି ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଯେ, ଉକ୍ତ ଅଭିଯୁକ୍ତମାନେ ଓଏଲଏକ୍ସ ବିଜ୍ଞାପନ କରି ନକଲି ସୁନା ବିକ୍ରି କରୁଥିଲେ । ସେମାନଙ୍କ ନିକଟରୁ ନଗଦ ଆଠଲକ୍ଷ ଟଙ୍କା, ଆଧାର କାର୍ଡ଼, ଗୋଟିଏ ନକଲି ସୁନା ଇଟା, ୯ଟା ସିମ କାର୍ଡ଼, ଅନ୍ୟାନ୍ୟ କେତେକ ଜିନିଷ ମଧ୍ୟ ଜବତ କରିଛି ପୋଲିସ ।

Get real time updates directly on you device, subscribe now.