ଶୃଙ୍ଖଳିତ ରଥଯାତ୍ରା ଚିନ୍ତା, ପୁରୀକୁ ଜଗିବ AI

ରଥାଯାତ୍ରାରେ ପୁରୀ ରହିବ AI ନଜରରେ।

ପୁରୀ: ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରେସମିଟ୍। ଚଳିତ ବର୍ଷ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ଅଧିକ କରାଯାଇଛି। ଭକ୍ତମାନଙ୍କ ସୁବିଧାକୁ ଅଧିକ ଗୁରୁତ୍ୱ ଦିଆଯିବ।

ରଥଯାତ୍ରାରେ ଲାଗିବ AI ଟେକ୍ନୋଲୋଜି। AI ଇଣ୍ଟିଗ୍ରେଟେଡ୍ ସିଷ୍ଟମ ସ୍ଥାପନ କରାଯିବ। ଟ୍ରାଫିକ ସମସ୍ୟା ଓ ଭିଡ଼କୁ ନିୟନ୍ତ୍ରଣ କରିବ AI। ଯାତ୍ରୀଙ୍କ ପାଇଁ AI ରୁଟ୍ ମ୍ୟାପ୍ ବ୍ୟବସ୍ଥା କରାଯିବ।

ଭୁବନେଶ୍ୱରରୁ ପୁରୀ ଆସୁଥିବା ଗାଡ଼ି ଉପରେ ନଜର ରଖିବ AI। ଗାଡ଼ି ପାର୍କିଂ ପାଇଁ ଲଗାଯିବ ସୂଚନା ଫଳକ। ପୁରୀରେ ନିୟୋଜିତ ହେବ ଡ୍ରୋନ୍ ଓ ଆଣ୍ଟି ଡ୍ରୋନ ସିଷ୍ଟମ। ରାପିଡ୍ ଆକ୍ସନ ଫୋର୍ସ, CISF, ରକ୍ଷକ ଗାର୍ଡ ହେବେ ନିୟୋଜିତ।