fbpx

ଓଡ଼ିଶାର ବଡ଼ମାଳ ଗୋଳାବାରୁଦ କାରଖାନାରେ ନିଯୁକ୍ତି ସୁଯୋଗ: ୩୫ ବର୍ଷୀୟ ପ୍ରାର୍ଥୀମାନେ ଆବେଦନ କରିପାରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟର ବଲାଙ୍ଗିର ଜିଲ୍ଲାରେ ଥିବା ବଡ଼ମାଳ ଗୋଳାବାରୁଦ କାରଖାନାରେ କିଛି ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ମାସିକ ୧୯,୯୦୦ ଟଙ୍କା ବେତନ ସହିତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତି ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।

ଅଣସଂରକ୍ଷିତଙ୍କ ପାଇଁ ୩୨ଟି, ଅନ୍ୟ ପଛୁଆ ବର୍ଗ (ଓବିସି) (ଏନସିଏଲ)ଙ୍କ ପାଇଁ ୨୦ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୧୧ଟି, ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୫ଟି, ଆର୍ଥିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଇଡବ୍ଲ୍ୟୁଏସ)ଙ୍କ ପାଇଁ ୭ଟି ଓ ପୂର୍ବ ସେନା କର୍ମଚାରୀଙ୍କ ପାଇଁ ୭ଟି ପଦ ଖାଲି ରହିଛି । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୩୫ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ୟ୍ୟ କରାଯିବ । ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ଆବେଦନ ପତ୍ର ଗ୍ରହଣ କରାଯିବ ।

ନୋଟିଫିକେସନ ଲିଙ୍କ: https://munitionsindia.in/career/

Get real time updates directly on you device, subscribe now.