ଆଡ୍ରିଏନ୍ ବ୍ରୋଡି ଜିତିଲେ ବେଷ୍ଟ ଆକ୍ଟର ଆୱାର୍ଡ, ଫିଲ୍ମ ‘ଏନୋରା’ର ରହିଲା ଦବଦବା

ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଲେ ଆଡ୍ରିଏନ୍ ବ୍ରୋଡି

ନୂଆଦିଲ୍ଲୀ: ଆଜି ଦୁନିଆର ସବୁଠୁ ବଡ଼ ଫିଲ୍ମ ଆୱାର୍ଡ ସମାରୋହ ଓସ୍କାର ୨୦୨୫ର ଆୟୋଜନ କରାଯାଉଛି। ୯୭ତମ ଏକାଡେମୀ ଆୱାର୍ଡ କାର୍ଯ୍ୟକ୍ରମର ଆୟୋଜନ ଆମେରିକାର ଲସ୍ ଏଞ୍ଜେଲ୍ସର ଡୋଲବୀ ଥିଏଟରରେ କରାଯାଉଛି।

ଏଥର ଓସ୍କାରର ପ୍ରତିଯୋଗୀତାରେ ‘ଅନୁଜା’ ନାମକ ଏକ ଭାରତୀୟ ଫିଲ୍ମ ସାମିଲ ହୋଇଛି, ଏହି ଫିଲ୍ମକୁ ଗୁନୀତ ମୋଙ୍ଗା ଏବଂ ପ୍ରିୟଙ୍କା ଚୋପ୍ରା ଜୋନାସ ମିଶି ପ୍ରସ୍ତୁତ କରିଛନ୍ତି।

ଚଳିତ ବର୍ଷ କମେଡିଆନ କାନନ ଓ’ବ୍ରାୟନ ପ୍ରଥମ ଥର ଆୱାର୍ଡ ଶୋ କୁ ହୋଷ୍ଟ କରିଛନ୍ତି। ତେବେ ୯୭ତମ ଏକାଡେମୀ ଆୱାର୍ଡରେ ବିଜେତାଙ୍କ ଘୋଷଣା ଜାରି ରହିଛି।

ଏହି ଫିଲ୍ମର ରହିଲା ଦବଦବା: ଓସ୍କାର ୨୦୨୫ରେ ଆଡ୍ରିଏନ୍ ବ୍ରୋଡିଙ୍କୁ ‘ଦ ବ୍ରୁଟଲିଷ୍ଟ’ ପାଇଁ ସର୍ବଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଛି। ଅନ୍ୟ ପକ୍ଷରେ ‘ଏନୋରା’ ସର୍ବଶ୍ରେଷ୍ଠ ଫିଲ୍ମ ସମେତ ପାଞ୍ଚଟି ପୁରସ୍କାର ଜିତିଛନ୍ତି।

ଏଥର ଭାରତୀୟମାନଙ୍କର ଆଶା ଥିଲା ଯେ,ଫିଲ୍ମ ‘ଅନୁଜା’ ପୁରୁସ୍କାର ପାଇବ। କିନ୍ତୁ ଏହି ଫିଲ୍ମ ପୁରସ୍କାର ପାଇବାଠାରୁ ବଞ୍ଚିତ ହୋଇଛି। ଲସ୍ ଏଞ୍ଜେଲ୍ସର ଡଲବୀ ଥିଏଟର ହଲିଉଡ ଷ୍ଟାରଙ୍କ ଦ୍ୱାରା ଚମକୁଛି।

ଓସ୍କାର ୨୦୨୫ର ବିଜେତା:
-ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର: ଆଡ୍ରିଏନ୍ ବ୍ରୋଡି (ଦ ବ୍ରୁଟ ଲିଷ୍ଟ)
-ସର୍ବଶ୍ରେଷ୍ଠ ଅଭିନେତା( ମହିଳା)- ମିକ୍କି ମାଡିସନ( ଏନୋରା)
-ବେଷ୍ଟ ଫିଲ୍ମ ‘ଏନୋରା’
-ଶ୍ରେଷ୍ଠ ସହାୟକ ଅଭିନେତା-କରେନ କୁଲିନ (ଦ ରିୟଲ ପେନ)
-ସର୍ବଶ୍ରେଷ୍ଟ ସହାୟକ ଅଭିନେତ୍ରୀ- ଜୋ ସଲଦାନା(ଏମିଲିୟା ପେରେଜ)
-ବେଷ୍ଟ କଷ୍ଟ୍ୟୁମ- ପାଲ ଟେଜବେଲ(ୱିକେଡ)
-ବେଷ୍ଟ ଆନିମେଟେଡ ଫିଚର ଫିଲ୍ମ-ଫ୍ଲୋ
-ବେଷ୍ଟ ଆନିମେଟେଡ ସର୍ଟ ଫିଲ୍ମ- ଶିରୀନ ସୋହାନୀ ଏବଂ ହୋସେନ ମୋଲୋମୀ( ଇନ ଦ ଶାଡୋ ଅଫ ଦ ସାଇପ୍ରେସ)
-ବେଷ୍ଟ ଅରିଜିନାଲ ସ୍କ୍ରିନପ୍ଲେ ସୀନ ବେକର(ଏନୋରା)
-ବେଷ୍ଟ ହେୟାର ଏବଂ ମେକଅପ- ଦ ସବ୍ସଟେନ୍ସ
-ବେଷ୍ଟ ଆଡପ୍ଟେଡ ସ୍କ୍ରିନପ୍ଲେ- କନକ୍ଲେଭ
-ବେଷ୍ଟ ଫିଲ୍ମ ଏଡିଟିଙ୍ଗ- ଏନୋରା
-ସର୍ବଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ- ୱିକେଡ
-ଅରିଜିନାଲ ସଙ୍ଗ- Emilia Perez’s El Mal
-ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରୀ ସର୍ଟ ଫିଲ୍ମ- The Only Girl in the Orchestra
-ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରୀ ଫିଚର ଫିଲ୍ମ- ନୋ ଅଦର ଲ୍ୟାଣ୍ଡ
-Best Soundtrack – Dune: Part 2