fbpx

OSSC ପକ୍ଷରୁ ବିଜ୍ଞପ୍ତି: ଷ୍ଟେନୋଗ୍ରାଫି ଓ ଓ ଟାଇପିଂ ଟେଷ୍ଟ ପାଇଁ ଘୋଷଣା ହେଲା ତାରିଖ

ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଚାକିରି ଆବେଦନକାରୀଙ୍କ ପାଇଁ ଆସିଛି ଏକ ବଡ଼ ସୂଚନା । ଗତ ବର୍ଷ ଡିସେମ୍ବର ମାସରେ ଜୁନିୟର ଷ୍ଟେନୋଗ୍ରାଫର, ଜୁନିୟର ଟାଇପିଷ୍ଟ- କମ- ଜୁନିୟର ଷ୍ଟୋରକିପର, ଜୁନିୟର ଷ୍ଟୋରକିପର ଓ କ୍ଲର୍କ-କମ-ଲାଇବ୍ରେରିଆନ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଉକ୍ତ ପଦ ପାଇଁ ଶର୍ଟହାଣ୍ଡ ଓ ଟ୍ରାନ୍ସକ୍ରିପସନ ଟେଷ୍ଟ (ଉଭୟ ଓଡ଼ିଆ ଓ ଇଂରାଜୀ) ପାଇଁ ତାରିଖ ଘୋଷଣା କରାଯାଇଛି ।

ଆସନ୍ତା ୧୯ ତାରିଖରେ ଇଂରାଜୀ ଏବଂ ଓଡ଼ିଆରେ ଶର୍ଟହାଣ୍ଡ ଓ ଟ୍ରାନ୍ସକ୍ରିପସନ ଟେଷ୍ଟ କରାଯିବ । ସକାଳ ୧୦ଟା ସମୟରେ ଅଡିଓ କ୍ଲିପ ଜରିଆରେ ଏହି ଟେଷ୍ଟ କରାଯିବ । ସେହିପରି ସେହିଦିନ ଦ୍ୱିପ୍ରହର ୩ଟା ସମୟରେ ଇଂରାଜୀ ଏବଂ ଓଡ଼ିଆ ଟାଇପିଂ ଟେଷ୍ଟ କରାଯିବ । ତେଣୁ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ଡିସେମ୍ବର ୧୫ ତାରିଖ ପରଠାରୁ ସେମାନଙ୍କର ଆଡମିଶନ ଲେଟର ଡାଉନଲୋଡ୍ କରିପାରିବେ ।

ସୂଚନାଯୋଗ୍ୟ ଯେ, ଏହି ସମସ୍ତ ପଦ ପାଇଁ ପ୍ରାର୍ଥୀମାନେ ଗତବର୍ଷ ଡିସେମ୍ବର ମାସ ୨୨ ତାରିଖରୁ ଜାନୁଆରୀ ୨୧ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିଥିଲେ । ଶିକ୍ଷାଗତ ଯୋଗ୍ୟତା ବିଭିନ୍ନ ପ୍ରାସଙ୍ଗିକ ବିଭାଗରେ ଯୁକ୍ତଦୁଇ, ଡିଗ୍ରୀ ପାସ୍ ରହିଥିଲା । ୨୦୨୨ ମସିହା ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହେବା ଆବଶ୍ୟକ ବୋଲି କୁହାଯାଇଥିଲା । ସମସ୍ତ ପଦ ପାଇଁ ଦରମା ହାର ଭିନ୍ନ ଭିନ୍ନ ରହିଥିଲା । ଷ୍ଟେଜ-୧ ପ୍ରିଲିମିନାରୀ ପରୀକ୍ଷାରେ ୧୫୦ ମାର୍କର ପରୀକ୍ଷା କରାଯାଇଥିଲା । ଷ୍ଟେଜ-୨ ମେନ୍ ଲିଖିତ ପରୀକ୍ଷାରେ ୧୦୦ ମାର୍କର ଭାଷା ପେପର ରହିଥିଲା । ଦୁଇଟି ଷ୍ଟେଜର ପରୀକ୍ଷା ସରିବା ପରେ ଷ୍ଟେଜ-୩ରେ କମ୍ପ୍ୟୁଟର ସ୍କିଲ, ଷ୍ଟେନୋଗ୍ରାଫି ଓ ଟାଇପିଂ ଟେଷ୍ଟ କରାଯିବ ବୋଲି ଉଲ୍ଲେଖ ରହିଥିଲା । । ଷ୍ଟେଜ-୪ରେ ସାର୍ଟିଫିକେଟ ଭେରିଫିକେସନ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା ।

Get real time updates directly on you device, subscribe now.