fbpx

OSSC ପକ୍ଷରୁ ପୁଣି ବିଜ୍ଞପ୍ତି: ଆସିଷ୍ଟାଣ୍ଟ କଞ୍ଜରଭେଟର ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦରେ ଦିଆଯିବ ନିଯୁକ୍ତି

Advertisement

ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ନିକଟରେ ଓଏସଏସସି ପକ୍ଷରୁ ଅନେକ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ବଡ଼ ସୁଯୋଗ । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ କଞ୍ଜରଭେଟର ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ଏ ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ ।

ଜାନୁଆରୀ ମାସ ୨୦ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୧୯ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀମାନେ ଫେବୃଆରୀ ମାସ ୨୨ ତାରିଖ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ୍ ସବମିଶନ୍ ଓ ଫେବୃଆରୀ ୨୪ ତାରିଖ ସୁଦ୍ଧା ସଂଶୋଧନ କରିପାରିବେ । ୨୦୨୩ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ଆସିଷ୍ଟାଣ୍ଟ କଞ୍ଜରଭେଟର ପ୍ରାର୍ଥୀଙ୍କୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗରେ ଓ ରିସଚ୍ଚ ଆସିଷ୍ଟାଣ୍ଟ ପ୍ରାର୍ଥୀଙ୍କୁ ରାଜ୍ୟ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନିଯୁକ୍ତି ଦିଆଯିବ । ୟୁଆର, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଏସସି, ଏସଟି ପ୍ରାର୍ଥୀଙ୍କ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ଓଡ଼ିଆ ଭାଷାରେ କହିବା, ଲେଖିବା ଓ ପଢ଼ିବା ଜାରିଥିବେ । ଆସିଷ୍ଟାଣ୍ଟ କଞ୍ଜରଭେଟର ପଦ ପାଇଁ ପ୍ରାର୍ଥୀ କେମିଷ୍ଟ୍ରି / କଞ୍ଜରଭେସନ / ଫାଇନ୍ ଆର୍ଟ୍ସରେ ମାଷ୍ଟର ଡିଗ୍ରୀ କରିବା ସହିତ କମ୍ପ୍ୟୁଟର ଓ ଇଣ୍ଟରନେଟ ଜାଣିଥିବେ । ସେହିପରି ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ଆନଥ୍ରୋପୋଲୋଜି, ଟ୍ରାଇବାଲ ଷ୍ଟଡିଜ, ସୋସିଆଲ ୱାର୍କ, ଆପ୍ଲାଏଡ ଇକୋନୋମିକ୍ସ ଆଦି ବିଷୟରେ ମାଷ୍ଟର ଡିଗ୍ରୀ ସହିତ ୫୫ ପ୍ରତିଶତ ମାର୍କ ରଖିଥିବେ ।

Get real time updates directly on you device, subscribe now.