fbpx

ATO ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଶର୍ଟଲିଷ୍ଟ ନିୟମ ବଦଳିଲା: OSSC ଜାରି କଲା Addendum ନୋଟିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପଦର ମୁଖ୍ୟ ଲିଖିତ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ଆଡେଣ୍ଡମ ନୋଟିସ୍ ଜାରି କରାଯାଇଛି । ମୁଖ୍ୟ ଲିଖିତ ପରୀକ୍ଷାର ଶର୍ଟଲିଷ୍ଟ ନିୟମରେ କିଛି ପଏଣ୍ଟ ଆଡ୍ କରାଯାଇଛି । ପୋଷ୍ଟ-ୱାଇଜ୍ / ଟ୍ରେଡ-ୱାଇଜ୍ ଖାଲି ପଦର ପାଖାପାଖି ୫ ଗୁଣ ପ୍ରାର୍ଥୀଙ୍କୁ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଶର୍ଟଲିଷ୍ଟ କରାଯିବ । ତେବ ଯଦି କୌଣସି ପଦ/ଟ୍ରେଡ ପାଇଁ ୧ଟି ପଦ ଖାଲି ଥିବ ବେଳେ ୧୦ ଗୁଣ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଶର୍ଟଲିଷ୍ଟ କରାଯିବ । ଅନ୍ୟସମସ୍ତ ନିୟମାବଳୀ ବିଜ୍ଞପ୍ତି ଅନୁସାରେ ଅପରିବର୍ତ୍ତିତ ରହିବ ।

ସୂଚନାଯୋଗ୍ୟ ଯେ ଏଟିଓ ପଦ ପାଇଁ ପ୍ରଥମେ ଜୁଲାଇ ୭ରେ ପ୍ରିଲିମିନାରୀ ପରୀକ୍ଷା ହେବା ନେଇ ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ପରେ ଜୁଲାଇ ୧୪ରେ ପରୀକ୍ଷା ହେବା ନେଇ ନୂଆ ତାରିଖ ଘୋଷଣା କରାଯାଇଥିଲା । ଜୁଲାଇ ୯ରୁ ପ୍ରାର୍ଥୀଙ୍କ ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଥିଲା । ମୋଟ ୨୫୦ଟି ପଦ ପୂରଣ ପାଇଁ ଗତ ମାର୍ଚ୍ଚରେ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏନଟିସି / ଏନଏସି ଧାରୀଙ୍କ ପାଇଁ ୧୨୫ଟି ଓ ଡିପ୍ଲୋମା / ଡିଗ୍ରୀଧାରୀଙ୍କ ପାଇଁ ୧୨୫ଟି ଖାଲି ପଦ ରହିଥିଲା ।

Get real time updates directly on you device, subscribe now.