fbpx

OSSC ଜାରି କଲା ଆଡମିଟ୍ କାର୍ଡ: ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଧ୍ୟାନ ଦିଅନ୍ତୁ

Advertisement

ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ବଡ଼ ଅପଡେଟ୍ । ଗତ ୮ ତାରିଖରେ ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଥିବା ବେଳେ ଏବେ ଆଡମିଟ୍ କାର୍ଡ ଜାରି କରାଯାଇଛି । ଏନେଇ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଏହି ଦୁଇ ଶିକ୍ଷକ ପଦରେ ଆବେଦନ କରିଥିବା ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅଫିସିଆଲ ସୂଚନା ମୁତାବକ, ଆସନ୍ତା ୧୬ ତାରିଖରେ ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ପୁଣି ଥରେ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ଏଥିରେ ଆବେଦନ କରିଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ନିଜ ନିଜର ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ । ୧୧ ତାରିଖ ଠାରୁ ୱେବସାଇଟରେ ଆଡମିସନ ଲେଟର ଉପଲବ୍ଧ ହେବା ନେଇ ପୂର୍ବରୁ ଓଏସଏସସି ତରଫରୁ କୁହାଯାଇଥିଲା । ପ୍ରାର୍ଥୀମାନେ ୟୁଜର ଆଇଡି ଓ ପାସୱାର୍ଡ ଦେଇ ଏହାକୁ ଡାଉନଲୋଡ୍ କରିପାରିବେ ଏବଂ ନିଜର ପରୀକ୍ଷା ଭେନ୍ୟୁ ଜାଣିପାରିବେ ।

ସଂସ୍କୃତ ଶିକ୍ଷକ ପଦ ପାଇଁ ପ୍ରଥମ ପର୍ଯ୍ୟାୟରେ ପେଡାଗୋଜି ଓ ଇଭାଲୁଏସନ ବିଷୟରେ ୨୦ ମାର୍କ ଓ ସଂସ୍କୃତ ବିଷୟରେ ୧୩୦ ମାର୍କର ପରୀକ୍ଷା ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ହିନ୍ଦି ଶିକ୍ଷକ ପଦ ପାଇଁ ପେଡାଗୋଜି ଓ ଇଭାଲୁଏସନ ବିଷୟରେ ୨୦ ମାର୍କ ଓ ହିନ୍ଦି ବିଷୟରେ ୧୩୦ ମାର୍କ ପରୀକ୍ଷା ହେବ । ପ୍ରାର୍ଥୀମାନେ ଦୁଇ ଘଣ୍ଟାରେ ପରୀକ୍ଷା ଦେବେ । ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ମାସରେ ୭୫୪୦ଟି ହାଇସ୍କୁଲ ଶିକ୍ଷକ ପଦ ପୂରଣ ପାଇଁ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ଗତ ସେପ୍ଟେମ୍ବର ୧୫ରୁ ୨୫ ତାରିଖ ମଧ୍ୟରେ ଟିଜିଟି କଳା, ସଂସ୍କୃତ, ହିନ୍ଦି, ତେଲୁଗୁ, ଉର୍ଦ୍ଦୁ, ଟିଜିଟି ବିଜ୍ଞାନ (ସିବିଜେଡ), ଟିଜିଟି ବିଜ୍ଞାନ ଓ କ୍ରୀଡ଼ା ଶିକ୍ଷକ ପଦ ପାଇଁ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ କୌଣସି କାରଣରୁ ଉକ୍ତ ପରୀକ୍ଷାକୁ ପୁଣି ଥରେ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା ।

Get real time updates directly on you device, subscribe now.