ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଜୁନିୟର ଟାଇପିଷ୍ଟ ଓ ଜୁନିୟର ଷ୍ଟ୍ରୋନୋଗ୍ରାଫର ପଦ ପୂରଣ ପାଇଁ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ତା’ର ଆବେଦନ ପ୍ରକ୍ରିୟା ଜାରି ରହିଛି । ନଭେମ୍ବର ୧୩ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଡିସେମ୍ବର ୧୨ରେ ସାହା ସମାପ୍ତ ହେବ । ଡିସେମ୍ବର ୧୫ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନର ଅନ୍ତିମ ତାରିଖ ରହିଥିବା ବେଳେ ଡିସେମ୍ବର ୧୭ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନର ଶେଷ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ତେବେ ଏହା ମଧ୍ୟରେ ଜୁନିୟର ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ପଦକୁ ନେଇ ଓଏସଏସସି ତରଫରୁ ଜାରି ହୋଇଛି କରିଜେଣ୍ଡମ୍ ଓ ଆଡେଣ୍ଡମ । ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କିଛି ପରିବର୍ତ୍ତନ କରାଯାଇଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିସକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ପୂର୍ବ ବିଜ୍ଞପ୍ତିରେ ଥିବା କ୍ଲଜ-୧(ଡି) କ୍ଲଜ-୪(ଏ)ରେ କିଛି ଆଡ୍ କରାଯାଇଛି । ବିଜ୍ଞପ୍ତିର ଅନ୍ୟ ସମସ୍ତ ନିୟମ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ମୋଟ ୬୦ଟି ପଦ ଖାଲି ରହିଥିବା ବେଳେ ଜୁନିୟର ଷ୍ଟେନୋଗ୍ରାଫର ପାଇଁ ୫୮ଟି ଓ ଜୁନିୟର ଗ୍ରେଡ୍ ଟାଇପିଷ୍ଟ ପାଇଁ ୨ଟି ପଦ ଖାଲି ରହିଛି । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ଷ୍ଟେନୋଗ୍ରାଫର ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ କଳା, ବିଜ୍ଞାନ କିମ୍ବା ବାଣିଜ୍ୟରେ ସ୍ନାତକ ପାସ୍ କରିବା ସହ ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ସେହିପରି ଜୁନିୟର ଟାଇପିଷ୍ଟ ପଦ ପାଇଁ ପ୍ରାର୍ଥୀ ମାଟ୍ରିକ୍ ପାସ କରିବା ସହ କମ୍ପ୍ୟୁଟରରେ ଟାଇପିଂ ଜାଣିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।