fbpx

ଅମିନ ପଦ ସଂଖ୍ୟାକୁ ନେଇ OSSC ଜାରି କଲା କରିଜେଣ୍ଡମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାର୍ଚ୍ଚରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପଦ ପୂରଣ ନେଇ ମିଳିତ ଉଚ୍ଚ ମାଧ୍ୟମିକ ସ୍ତରୀୟ ନିଯୁକ୍ତି ପରୀକ୍ଷା ପଦ/ସେବାର ବିଜ୍ଞପ୍ତି ଜାରି ହୋଇଥିଲା । ପ୍ରାର୍ଥୀମାନେ ବିଭିନ୍ନ ପଦ ପାଇଁ ଆବେଦନ କରିଥିବା ବେଳେ ଏହା ମଧ୍ୟରେ ଅମିନ ପଦ ସଂଖ୍ୟାକୁ ନେଇ ଆସିଛି ଏକ ବଡ଼ ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଅମିନ ପଦ ସଂଖ୍ୟାକୁ ନେଇ କରିଜେଣ୍ଡମ୍ ଜାରି କରାଯାଇଛି । ଏହି ପଦରେ ଆବେଦନ କରିଥିବା ପ୍ରାର୍ଥୀମାନେ ଏନେଇ ଅବଗତ ହେବା ନିହାତି ଜରୁରୀ ।

ସୂଚନାଯୋଗ୍ୟ ଯେ, ଅମିନ, ଆୟୁର୍ବେଦିକ ଆସିଷ୍ଟାଣ୍ଟ, ହୋମିଓପାଥିକ ଆସିଷ୍ଟାଣ୍ଟ, ୟୁନାନି ଆସିଷ୍ଟାଣ୍ଟ, ଜୁନିୟର ମତ୍ସ୍ୟ ଟେକ୍ନିକାଲ ଆସିଷ୍ଟାଣ୍ଟ, କେୟାର ଟେକର ପଦକୁେ ନଇ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିଲେ । ରାଜ୍ୟ ସରକାରଙ୍କ ୬ଟି ବିଭାଗରେ ଏହି ସମସ୍ତ ପଦ ପୂରଣ ହେବ । ଜୁଲାଇ ୨୧ରେ ଏହି ସମସ୍ତ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପରୀକ୍ଷାରେ ସାମିଲ ହେବା ନେଇ କିଛି ପ୍ରାର୍ଥୀଙ୍କୁ ଶର୍ଟଲିଷ୍ଟ କରାଯାଇଥିଲା ।

Get real time updates directly on you device, subscribe now.